Big breaking ପୁଅର ଟାଙ୍ଗିଆ ଚୋଟରେ ମା ମୃତ୍ୟୁ।

Sep 17, 2025 - 07:01
0 20
Big breaking  ପୁଅର ଟାଙ୍ଗିଆ ଚୋଟରେ ମା ମୃତ୍ୟୁ।

ଭବାନୀପାଟଣା ତା.୧୭|୦୯: (ଷ୍ଟାର ନିୟୁଜ ଓଡିଶା )ନର୍ଲା ଥାନା ବଡଧାରପୁର ଗ୍ରାମ ପଞ୍ଚାୟତର ସାନଧାରପୁର ଗ୍ରାମରେ ହୃଦୟ ବିଦାରକ ଲୋମହର୍ଷଣକାରୀ ଘଟଣା ଘଟିଛି।ପୁଅ ମା'କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଘଟଣା ଟି ଘଟିଛି ମଙ୍ଗଳବାର ଅପରାହ୍ନ ୨ ଟା ସମୟରେ । ସାନଧାରପୁର ଗ୍ରାମର ଭୁବନ ବିଶ୍ବାଳ (୩୦) କୌଣସି କାରଣକୁ ନେଇ ତାଙ୍କ ଘରେ କୋଠରୀ ବନ୍ଦ କରି ନିଜ ମା କଳ୍ପନା ବିଶ୍ବାଳ (୫୬) ଙ୍କୁ ଟାଙ୍ଗିଆରେ ବାରମ୍ବାର ହାଣି ହତ୍ୟା କରିଛି ଜହ୍ଲାଦ ପୁଅ। ଗ୍ରାମବାସୀଙ୍କ ଠାରୁ ଖବର ପାଇ ନର୍ଲା ଓ କେସିଙ୍ଗା ପୋଲିସ ଅପରାହ୍ନ ୪ ଟା ବେଳେ ଘଟଣା ସ୍ଥଳରେ ପହଞ୍ଚିଥିଲେ ମଧ୍ୟ ପୁଅକୁ ଧରିବାରେ ସକ୍ଷମ ହୋଇପାରି ନଥିଲେ । କବାଟ ବନ୍ଦ କରି ଘର ଭିତରେ ରହିଥିଲା।ଭବାନୀପାଟଣାରୁ ରିଜର୍ଭ ପୋଲିସ ଆସିବା ପରେ ମୃତ୍ୟୁ ହୋଇଥିବା କୋଠରୀର କବାଟ ଭାଙ୍ଗି ଭିତରେ ପଶି ହତ୍ୟାକାରୀକୁ ଗିରଫ କରିଥିଲେ । ନିଜ ଜନ୍ମ କଲା ମା’ର ମୁଣ୍ଡକୁ ଟାଙ୍ଗିଆ ବାରମ୍ଵାର ହାଣିବା ସହ ବିଭିନ୍ନ ସ୍ଥାନ ରେ  ସ୍ଥାନରେ ଟାଙ୍ଗିଆ ଚୋଟ ମାରିଥିଲା। ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିବା ସହିତ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି, ଅନ୍ୟପଟେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସୁଚନା ରହିଛି।

କଳାହାଣ୍ଡି ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User