ଯନ୍ତ୍ରଣାରେ ଛଟପଟ ରାଧା,ଚିକିତ୍ସା ପାଇଁ ଅର୍ଥ ବାଧକ।

Sep 17, 2025 - 08:12
0 190
ଯନ୍ତ୍ରଣାରେ ଛଟପଟ ରାଧା,ଚିକିତ୍ସା ପାଇଁ ଅର୍ଥ ବାଧକ।

ଝରିଗାଁ,୧୭l୯(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ପଞ୍ଚାୟତ ଅନ୍ତର୍ଗତ ଝଲାଗୁଡା ଗ୍ରାମର ଜଣେ ଯୁବତୀଙ୍କ ବାମ ହାତ ସଂକ୍ରମଣ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଉନ୍ନତ ଚିକିତ୍ସା ପାଇଁ ଆର୍ଥିକ ଅଭାବ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।ସୂଚନା ପ୍ରକାରେ ଝଲାଗୁଡା ଗ୍ରାମର ତୁଲାରାମ ମୁଦୁଲିଙ୍କ ସ୍ତ୍ରୀ ରାଧା ମୁଦୁଲି(୩୨) ପ୍ରାୟ ଦୁଇ ମାସ ତଳେ ଘରର ପାଚେରୀ ପାଇଁ କଣ୍ଟା ବାଡ଼ ଦେଉଥିବା ବେଳେ ବାମ ହାତର ମଝି ଆଙ୍ଗୁଳିରେ ହଠାତ କଣ୍ଟା ଭୂଷି ହେବା ଭଳି ଲାଗିଥିଲା ଏବଂ ଯନ୍ତ୍ରଣା ହୋଇଥିଲା।ତାପର ଦିନ ବାମ ହାତର ପାପୁଲି ସମ୍ପୂର୍ଣ୍ଣ ଫୁଲି ଯାଇଥିଲା।ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି କରି ଚିକିତ୍ସା କରିଥିଲେ।କିଛିଟା ସୁସ୍ଥ ହେବା ପରେ ଘରକୁ ଫେରି ଥିଲେ।ଘରକୁ ଫେରିବାର ଦୁଇ ଦିନ ଭିତରେ ସଂକ୍ରମଣ ହୋଇ ରାଧାଙ୍କ ବାମ ହାତର କହୁଣୀ ପର୍ଯ୍ୟନ୍ତ ଫୁଲି ଯିବା ସହ ଫୁଟୁକା ଫୁଟୁକା ହୋଇ ରକ୍ତ ବାହାରିବା ସହ ପୁଜ ହୋଇ ଯାଇଥିଲା।ଶେଷରେ ପରିବାର ଲୋକ ପୁଣି ଥରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ପ୍ରାଥମିକ ଚିକିତ୍ସା ପରେ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ।ସେଠାରେ ପ୍ରାୟ ଏକ ସପ୍ତାହ ଚିକିତ୍ସା ପରେ ପରିବାର ଲୋକ ସଚେତନତା ଅଭାବ ଯୋଗୁଁ ନିଜ ଇଚ୍ଛାରେ ଘରକୁ ନେଇ ଆସିଥିଲେ।ଘରକୁ ଆଣିବା ପରେ ରାଧାଙ୍କୁ ପରିବାର ଲୋକ ସଂକ୍ରମିତ ସ୍ଥାନରେ ଚେରମୁଳି ଔଷଧ ଲଗାଇ ଥିଲେ।ତେବେ କୌଣସି ସୁଫଳ ମିଳିନଥିଲା।ବର୍ତ୍ତମାନ ପ୍ରାୟ ଏକ ମାସ ହେବ ରାଧାଙ୍କ ସଂକ୍ରମିତ ସ୍ଥାନରେ ରକ୍ତ ଓ ପୁଜ ବାହାରୁ ଥିବା ବେଳେ ଯନ୍ତ୍ରଣାରେ ଛଟପଟ ହୋଇ ଶଯ୍ୟାଶାୟୀ ହୋଇ ଘରେ ପଡ଼ିଛନ୍ତି।ସ୍ୱାମୀ ତୁଲାରାମ ଚାଷ କରି ପରିବାର ଚାରି ଜଣ ପୁଅ ଝିଅ ସହ ସ୍ତ୍ରୀଙ୍କୁ ପୋଷିବା କଷ୍ଟ ହେଉଥିବା ବେଳେ ରାଧାଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବା କହିଛନ୍ତି।ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଧାଙ୍କ ମାଗଣା ଚିକିତ୍ସା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ପରିବାର ଲୋକ ଗୁହାରି କରିଛନ୍ତି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User