ଫୁଫୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ।

Sep 17, 2025 - 15:22
Updated: 12 months ago
0 84
ଫୁଫୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ।

ଝରିଗାଁ,୧୭l୯ (ଷ୍ଟାର ନିୟୁଜ ଓଡିଶା ): ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଫୁଫୁଗାଁ ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସମାଜସେବୀ ପ୍ରତାପ ଦୁରିଆଙ୍କ ତତ୍ୱାବଧାନରେ 500ରୁ ଉର୍ଦ୍ଧ ଚାରା ରୋପଣ କରାଯାଇଛି |ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମାଝୀ ଓ ଝରିଗାଁ ମୃତିକା ସଂରକ୍ଷଣ ବିଭାଗର ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି |ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ କୃଷ୍ଣଚନ୍ଦ୍ର ମାଝୀ , ମୁକୁନ୍ଦ ପୂଜାରୀ, ରଇନୁ ପୂଜାରୀ, ଲକ୍ଷ୍ମଣ ମାଝୀ, ଳମ୍ବୁ ପୂଜାରୀ, ରାମକୃଷ୍ଣ ସାନ୍ତା, ଗଣପତି ଭତରା, ଟୁନା ଦୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ଚନ୍ଦନ, ଚମ୍ପା, ଦେବଦାରୁ, ଆତ, ଲିମ୍ବ,କୃଷ୍ଣଚୁଡା, ଆମ୍ବ, ପିଜୁଳି ଭଳି 500ରୁ ଉର୍ଦ୍ଧ ବିଭିନ୍ନ ପ୍ରକାର ଫଳ ଓ ଫୁଲ ଗଛ ରୋପଣ କରିଛନ୍ତି |

ଝରିଗାଁରୁ ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା |

What's Your Reaction?

Like Like 5
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User