Breaking News_ସାମାନ୍ୟ ବଚସା ରୁ ଯୁବକଙ୍କୁ ନିଶାସକ୍ତ ଯୁବକ ଙ୍କ ଛୁରାମାଡ। ଛୁରାମାଡ ରେ ମୃତ୍ୟୁ, ପରିବାର ପକ୍ଷରୁ ଟାଉନଥାନା ରେ ଲିଖିତ ଅଭିଯୋଗ।

Aug 8, 2025 - 14:03
 0  1
Breaking  News_ସାମାନ୍ୟ ବଚସା ରୁ ଯୁବକଙ୍କୁ ନିଶାସକ୍ତ ଯୁବକ ଙ୍କ ଛୁରାମାଡ। ଛୁରାମାଡ ରେ ମୃତ୍ୟୁ, ପରିବାର ପକ୍ଷରୁ ଟାଉନଥାନା ରେ ଲିଖିତ ଅଭିଯୋଗ।

ଭବାନୀପାଟଣା:୮/୮(ଷ୍ଟାର ନିୟୁଜ ଓଡିଶା )ବିନା କାରଣରେ ସାମାନ୍ୟ ବଚସା କରି ପଛପଟୁ ଯୁବକଙ୍କୁ ଦୁଇଥର ଛୁରାମାଡ କରି ଦୌଡି ପଲାଇଲା ନିଶାସକ୍ତ ଯୁବକ। ଘଟଣା ର କିଛି ସମୟପରେ ଯୁବକ ମୃତ୍ୟୁ।  ଭବାନୀପାଟଣା ସହରର ବସଷ୍ଟାଣ୍ଡ ପାଖ ଘୋଡାଘାଟ ଛକ ନିକଟରେ ରାତି ୧୧.୩୦ ରୁ ୧୨ଟା ମଧ୍ୟରେ ନିଶାରେ ଥିବା ୪ ଯୁବକଙ୍କ ସହ ସାମାନ୍ୟ ବଚସା ରୁ ,ବିବିସିପଡା ର ୨୪ବର୍ଷିୟ  ସତ୍ୟନାରାୟଣ ରଏ ନାମକ ଯୁବକଙ୍କୁ ପଛପଟୁ ଛୁରା ମାରି ଦୌଡି ପଲାଇ ଥିଲେ ,ଦେବାନସାହିପଡା ର ରାଜ ବାଗ ନାମକ ଯୁବକ। ଛୁରାମାଡ ହୋଇଥିବା ଯୁବକଙ୍କ ସାଙ୍ଗମାନେ ତୁରନ୍ତ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିିକିତ୍ସାଳୟକୁ ନେବା ସମୟରେ ହିଁ ରାସ୍ତା ରେ ମୃତ୍ୟୁ ଘଟିଥିଲା। ଟାଉନଥାନା ପୋଲିସ ଲଖନବାଗ, ଶିବାନନ୍ଦ ବାଗ,ରାଜ ବାଗ ନାମକ ଦେବାନସାଏପଡା ର ଯୁବକ ଙ୍କୁ ଥାନାରେ ଅଟକ। ଘଟଣାକୁ ନେଇ ଟାଉନଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏବଂ ସାଇଣ୍ଟିଫିକ୍ ଟିମ୍ ,ଡଗ କ୍ବାଡସ୍, ପୋଲିସ ଟିମ୍ ସହ ମାଜିଷ୍ଟ୍ରେଟ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି l

 କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow