ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ୫ ଦିନ ହେଲା ନୂଆଁପଡା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା।

Apr 21, 2025 - 20:07
0 87
ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ, ୫ ଦିନ ହେଲା ନୂଆଁପଡା ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା।

ଫିରିଙ୍ଗିଆ,୨୧l୪ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତର ନୁଆଁପଡା ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି କର୍ମୀ ନିଯୁକ୍ତିରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଆଜକୁ ୫ ଦିନ ହେଲା ଅଙ୍ଗନୱାଡ଼ି କେନ୍ଦ୍ରରୁ ତାଲା ଝୁଲୁଛି ।ଏହି ନୁଆଁପଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ନେଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ଏଥିରେ ନୁଆଁପଡା ଗାଁରୁ ଜଣେ ମହିଳା ଆବେଦନ କରିଥିବା ବେଳେ ନୁଆଁପଡା ୱାର୍ଡ ରୁ ମଧ୍ୟ ଅନ୍ୟ ଜଣେ ମହିଳା ଆବେଦନ କରିଥିଲେ ଏହା ବ୍ୟତୀତ ଅନ୍ୟ ଏକ ୱାର୍ଡ ବୁଡ଼ାକାମ୍ବା ୱାର୍ଡର ଗୋପୀପଦର ଗାଁର ଜଣେ ମହିଳା ଅଙ୍ଗନୱାଡ଼ି କର୍ମୀ ପାଇଁ ଆବେଦନ କରିଥିଲେ। ନୁଆଁ ପଡା ଗାଁ କିମ୍ବା ନୁଆଁପଡା ୱାର୍ଡ ରୁ ମହିଳାଙ୍କୁ ନିଯୁକ୍ତି ଦିଆ ନଯାଇ ବୁଡ଼ାକାମ୍ବା ୱାର୍ଡ ଗୋପିପଦର ଗାଁର ମହିଳା ଜଣକୁ ନିଯୁକ୍ତି ଦିଆ ଯାଇଥିଲା । ଏହି ଘଟଣା ପରେ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଥିଲେ ଉତ୍ୟକ୍ତ ଜନସାଧାରଣ । ଏହି ଘଟଣାକୁ ୫ ଦିନ ବିତି ଯାଇଛି।ସୋମବାର ନୁଆଁପଡା ଅଙ୍ଗନୱାଡ଼ି କେନ୍ଦ୍ରକୁ ଫିରିଙ୍ଗିଆ ସମ୍ବନ୍ଧିତ ଶିଶୁବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଓ ପରିଦର୍ଶିକା ରନ୍ଧାବତୀ ବେହେରା ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଙ୍ଗନୱାଡ଼ି କେନ୍ଦ୍ରକୁ କେହି ଗ୍ରାମବାସୀ କି ମହିଳାମାନେ ଆସିନଥିଲେ ।ଯେଉଁ କେତେଜଣ ଆସିଥିଲେ ସିଧା ସିଧା ବିଚାର ନ ହେବା ପର୍ଯ୍ୟନ୍ତ ଓ ନୂତନ ଭାବରେ ଗ୍ରାମରୁ କିମ୍ବା ୱାର୍ଡ ରୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି କହିଥିଲେ।ଯାହାଦ୍ବାରା କିଛି ସମାଧାନ କରି ନ ପାରି ସିଡିପିଓ ଫେରିଯାଇଥିଲେ। ଅନ୍ୟପଟେ ଅଙ୍ଗନୱାଡ଼ି କେନ୍ଦ୍ର ତାଲା ପଡ଼ି ରହିଥିବାରୁ ଅଙ୍ଗନୱାଡ଼ି ସହାୟିକା ନିଜ ଘରେ ରୋଷେଇ କରି ଖାଇବାକୁ ଦେଇଥିଲେ I କେନ୍ଦ୍ରକୁ ୧୫ ଜଣ ଶିଶୁ ରୁ ମାତ୍ର ୮ ଜଣ ଶିଶୁ ଆସୁଥିବା ବେଳେ ଅଧିକାଂଶ ଲୋକେ ନିଜର ଶିଶୁ ମାନଙ୍କୁ ଛାଡ଼ୁନଥିବା ଦେଖ‌ିବାକୁ ମିଳିଛି । ତୁରନ୍ତ ଏହାର ସମାଧାନ ନକଲେ ଆଗାମୀ ଦିନ କୋମଳ ମତି ଶିଶୁ ଶିକ୍ଷାଦାନ ରୁ ବଞ୍ଚିତ ହେବା ସହ ପୁଷ୍ଟିକର ଖାଦ୍ୟ ପାଇବାରୁ ମଧ୍ୟ ବଞ୍ଚିତ ହେବେ । ସିଡିପିଓ ନିବେଦିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ନିଯୁକ୍ତି ପ୍ରକ୍ରିୟା ଠିକ ଭାବରେ ହୋଇଛି ତୁରନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା କରି ସମାଧାନ କରାଯିବ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User