ଅଟୋ–ପୋଲିସ ବୁଲେରୋ ମୁହାଁମୁହିଁ ଧକ୍କା, ଯାତ୍ରୀ ଓ ପୋଲିସ କର୍ମଚାରୀ ଆହତ

Aug 20, 2026 - 10:19
0 4
ଅଟୋ–ପୋଲିସ ବୁଲେରୋ ମୁହାଁମୁହିଁ ଧକ୍କା, ଯାତ୍ରୀ ଓ ପୋଲିସ କର୍ମଚାରୀ ଆହତ

ଫୁଲବାଣୀ, ୧୯/୮ (ଷ୍ଟାର ନିୟୁଜ ଓଡ଼ିଶା): ଫୁଲବାଣୀ ସହର ଉପକଣ୍ଠ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ଏକ ଅଟୋ ରିକ୍ସା ଓ ସଦର ଥାନାର ପୋଲିସ ବୁଲେରୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଅଟୋରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମେତ ବୁଲେରୋରେ ଥିବା କିଛି ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଅଟୋ ରିକ୍ସାଟି ବିଶିପଡ଼ା ପଟୁ ଆସୁଥିବା ବେଳେ ରୁଜାଙ୍ଗୀ ପେଟ୍ରୋଲ ପମ୍ପ ନିକଟସ୍ଥ NH-157 ରାସ୍ତାରେ ଫୁଲବାଣୀ ପଟୁ ସଦର ଥାନା ଅଭିମୁଖେ ଯାଉଥିବା ପୋଲିସ ବୁଲେରୋ ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଉଭୟ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଦେଖାଯାଇଛି।
ଦୁର୍ଘଟଣା ପରେ ଆହତମାନଙ୍କୁ ତୁରନ୍ତ ଫୁଲବାଣୀ ସରକାରୀ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ତେବେ ଦୁର୍ଘଟଣାର ପ୍ରକୃତ କାରଣ, ଉଭୟ ଗାଡ଼ିର ଗତି ଓ ଚାଳକଙ୍କ ଭୂମିକା ସମ୍ପର୍କରେ ସ୍ପଷ୍ଟ ତଥ୍ୟ ତଦନ୍ତ ପରେ ହିଁ ଜଣାପଡ଼ିବ।
ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଦୁର୍ଘଟଣାର ନିରପେକ୍ଷ ଓ ନିୟମାନୁସାରେ ତଦନ୍ତ କରାଯାଇ ପ୍ରକୃତ କାରଣ ସାମ୍ନାକୁ ଅଣାଯାଉ ବୋଲି ଜନସାଧାରଣ ଦାବି କରିଛନ୍ତି। ଏହାସହ ଏହି ରାସ୍ତାରେ ଯାନବାହନ ଚଳାଚଳ ସମୟରେ ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ନିୟମ ପାଳନ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ଦାବି ହୋଇଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User