ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସଙ୍ଘ ଫିରିଙ୍ଗିଆ ସାଖା ର ଗୁରୁ ଦିବସ ଓ ଶପଥ ଗ୍ରହଣ ଉତ୍ସବ I

Sep 5, 2025 - 19:40
 0  205
ଅନୁଷ୍ଠିତ ହେଲା ପ୍ରାଥମିକ ଶିକ୍ଷକ ସଙ୍ଘ ଫିରିଙ୍ଗିଆ ସାଖା ର ଗୁରୁ ଦିବସ ଓ ଶପଥ ଗ୍ରହଣ ଉତ୍ସବ I

ଫିରିଙ୍ଗିଆ,୫l୯(ଷ୍ଟାର ନିୟୁଜ): ନିଖିଳ ଓଡିଶା ପ୍ରାଥମିକ ଶିକ୍ଷକ ଫେଡେରେସନ ସହ ଅନୁବନ୍ଧିତ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ତରଫରୁ ସେପ୍ଟେମ୍ବର ପାଞ୍ଚ ତାରିଖ ଗୁରୁଦିବସ ଅବସରରେ ଗୁରୁ ବନ୍ଦନା କାର୍ଯ୍ୟକମ ସହ ସଙ୍ଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଙ୍ଘର ପୂର୍ବତନ ସଭାପତି ସିମାଞ୍ଚଳ ମୁଖି ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସଙ୍ଘ ର କନ୍ଧମାଳ ଜିଲ୍ଲା ସଭାପତି ସନ୍ତୋଷ କୁମାର ଦିଗାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କୋଷାଧକ୍ଷ ବଂଶୀଧର ନନ୍ଦ ଓ ଜିଲ୍ଲା ଉପ ସଭାନେତ୍ରୀ ବିରାଦନି ମହାପାତ୍ର ଯୋଗ ଦେଇଥିଲେ I ସଭା କାର୍ଯ୍ୟ ଆରମ୍ଭରୁ ପ୍ରଭୁ ଜଗନ୍ନାଥ ଙ୍କୁ ପୂଜା ଅର୍ଚନା କରିବା ସହ ଗୁରୁ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

I ପରେ କାର୍ଯ୍ୟକ୍ରମ ରେ ନବ ନିର୍ବାଚିତ ସଭାପତି ବିକ୍ରମ ସିଂ କହଁର ଓ ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା ଙ୍କ ସହ ଉପସଭାପତି ପ୍ରଫୁଲ୍ଲ ମଲ୍ଲିକ,ଉପ ସଭାନେତ୍ରୀ ଜାହ୍ନବି ପ୍ରଭା ମହାନନ୍ଦ,ସହ ସମ୍ପାଦକ ବବିତା ସ୍ୱାଇଁ, ଗୌରବ କହଁର,ସଂଯୋଜକ ଭାବରେ ରମାକାନ୍ତ ବେହେରା,କୋଷାଧକ୍ଷ ଭାବରେ ପ୍ରଦୀପ କୁମାର ମଲ୍ଲିକ ଓ ସଂଗଠନ ସମ୍ପାଦକ ଭାବରେ ହେମଲତା ମୁଖି ନିଜ ନିଜର ପଦ ଓ ଗୋପନ୍ୟତା ର ଶପଥ ନେଇଥିବା ବେଳେ ଜିଲ୍ଲା ସଭାପତି ସମସ୍ତ ପଦାଧିକାରୀ ଙ୍କୁ ଶପଥ ପାଠ କରାଇଥିଲେ I

 କାର୍ଯ୍ୟକ୍ରମ ଶେଷରେ ନବ ବିର୍ବାଚିତ ସମସ୍ତ ପଦାଧିକାରୀ ଙ୍କୁ ସଙ୍ଘ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ବେଳେ ଅତିଥି ମାନେ ପୂର୍ବତନ ରାଷ୍ଟ୍ରପତି ଡ଼ ସର୍ବପଲ୍ଲୀ ରାଧା କ୍ରିଷ୍ଣନ ଙ୍କ ଶ୍ରୁତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ଓ ଗୁରୁଦିବସ ର ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଆଲୋକ ପାତ କରିଥିଲେ I କାର୍ଯ୍ୟକ୍ରମ ରେ ଫିରିଙ୍ଗିଆ ବ୍ଲକ ସଂଘ ରେ ଥିବା ପ୍ରାୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିବା ବେଳେ ନବ ନିର୍ବାଚିତ ସାଧାରଣ ସମ୍ପାଦକ ଯୋଗେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ I 

What's Your Reaction?

like

dislike

love

funny

angry

sad

wow