ଅନ୍ତର୍ଜାତୀୟ ଡାକ୍ତର ଦିବସରେ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ।

Jul 01, 2025 - 18:38
Updated: 1 year ago
0 72
ଅନ୍ତର୍ଜାତୀୟ ଡାକ୍ତର ଦିବସରେ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ ।

ଫିରିଙ୍ଗିଆ,୧l୭ (ଷ୍ଟାର ନିୟୁଜ): ମଇ ମାସ ୧ ତାରିଖକୁ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରୁଥିବା ବେଳେ ସମସ୍ତ ଡାକ୍ତରଖାନା ମାନଙ୍କରେ ଡାକ୍ତରଖାନାର କର୍ମଚାରୀ ମାନଙ୍କ ଦ୍ୱାରା ଅନ୍ତର୍ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥାଏ । ଆଜି ଓଡ଼ିଶାର ପ୍ରତ୍ୟେକ ଡାକ୍ତରଖାନାରେ ଏହି ଦିବସଟିକୁ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଅଭିନଵ ଢଙ୍ଗରେ ଏହି ଦିବସଟିକୁ ପାଳନ କରିଥିବା ଦେଖିବାକୁ ମିଳିଛି ।ସ୍ୱାସ୍ଥ୍ୟକେନ୍ଦ୍ରର କ୍ରିଷ୍ଣା ଡାଇଗନୋସ୍ଟିକ ପକ୍ଷରୁ ଅନ୍ତର୍ଜାତୀୟ ଡାକ୍ତର ଦିବସ ପାଳନ କରାଯିବା ସହିତ ଡାକ୍ତରଖାନା ପରିସର ମଧ୍ୟରେ ବିଭିନ୍ନ ପ୍ରକାର ଫୁଲଗଛ ସାଙ୍ଗକୁ ବିଭିନ୍ନ ପ୍ରକାର ଔଷଧୀୟ ଗଛ ସବୁ ରୋପଣ କରାଯାଇଛି ।ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ାକ୍ତର ପ୍ରବୋଧ ପ୍ରଧାନ ଡାକ୍ତର ସୁମନ୍ତ ମାଝୀ, ବିପିଏମ ହରଗୋବିନ୍ଦ ଯାନୀ, ବିଡିଏମ ପ୍ରତ୍ୟୁଷ କଣ୍ଟିଙ୍କ ସମେତ ଜାତୀୟ ସ୍ୱାସ୍ଥ୍ୟ ମିଶନର ସମସ୍ତ କର୍ମଚାରୀ, ପାରା ମେଡିକାଲ କର୍ମଚାରୀ ଓ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମକୁ ସଫଳ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User