ଅବକାରୀର ବଡ଼ ଚଢ଼ାଉ: ୨୮ ଶହ କେଜି ମହୁଲ ପୋଚ ଓ ୧୦୦ ଲିଟର ହାତରନ୍ଧା ମଦ ନଷ୍ଟ

Jul 19, 2026 - 21:42
0 22
ଅବକାରୀର ବଡ଼ ଚଢ଼ାଉ: ୨୮ ଶହ କେଜି ମହୁଲ ପୋଚ ଓ ୧୦୦ ଲିଟର ହାତରନ୍ଧା ମଦ ନଷ୍ଟ

ଧର୍ମଗଡ଼, ୧୯/୦୭ (ଷ୍ଟାର ନ୍ୟୁଜ୍ ଓଡ଼ିଶା )କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ଅବୈଧ ଦେଶୀ ମଦ କାରବାର ବିରୋଧରେ ଏକ ବ୍ୟାପକ ଚଢ଼ାଉ କରାଯାଇଛି। ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଲିଗଡ଼ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଏକ ନାଲା ନିକଟରେ ହୋଇଥିବା ଏହି ଅଭିଯାନରେ ୨୮୦୦ କେଜି ମହୁଲ ପୋଚ, ୧୦୦ ଲିଟର ହାତରନ୍ଧା ଦେଶୀ ମଦ ସହ ମଦ ପ୍ରସ୍ତୁତିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ କରାଯାଇ ପରେ ସ୍ଥଳରେ ନଷ୍ଟ କରାଯାଇଛି।
ଶନିବାର କୋକସରା ଅବକାରୀ ଥାନାର ଏକ ସ୍ୱତନ୍ତ୍ର ଟିମ୍ ଗୁପ୍ତ ସୂଚନା ଆଧାରରେ ସାହାଜଖୋଲ ଜଙ୍ଗଲରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ମହୁଲ ପୋଚ ଓ ହାତରନ୍ଧା ମଦ ସହ ଡ୍ରମ୍, ଚୁଲା ଓ ଅନ୍ୟାନ୍ୟ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଥିଲା। ପରେ ସମସ୍ତ ଜବତ ସାମଗ୍ରୀକୁ ନିୟମାନୁସାରେ ସେଠାରେ ଧ୍ୱଂସ କରାଯାଇଥିଲା।
ତେବେ ଚଢ଼ାଉ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ଅବୈଧ ମଦ କାରବାରରେ ସମ୍ପୃକ୍ତ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାରୁ କାହାକୁ ଗିରଫ କରାଯାଇପାରିନଥିଲା।
ସାହାଜଖୋଲ ଜଙ୍ଗଲ ସଂଲଗ୍ନ ଅଞ୍ଚଳରେ ଦୀର୍ଘଦିନ ଧରି ଅବୈଧ ଦେଶୀ ମଦ ପ୍ରସ୍ତୁତି ଓ ଚାଲାଣ ଚାଲିଥିବା ଅଭିଯୋଗ ରହିଥିବା ବେଳେ, ଏପରି ଚଢ଼ାଉକୁ ଆହୁରି ନିୟମିତ କରିବା ସହ ମଦ ମାଫିଆଙ୍କ ବିରୋଧରେ କଠୋର ଆଇନଗତ ପଦକ୍ଷେପ ନେବାକୁ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User