ଅବସରପ୍ରାପ୍ତ ବୀର ଯବାନ ଙ୍କୁ ଜନ୍ମଭୂମିରେ ଉଚ୍ଛସ୍ୱିତ ସ୍ୱାଗତ ଓ ସମ୍ବର୍ଦ୍ଧନା l

କଳାହାଣ୍ଡି,୪l୬(ଷ୍ଟାର ନିୟୁଜ ଓଡିଶା): ଭବାନୀପାଟଣା ଅଞ୍ଚଳ ର ଭାସ୍କର ବେହେରା ଙ୍କ ସୁପୁତ୍ର BSF ଯବାନ ଚିତ୍ତ ରଞ୍ଜନ ବେହେରା ଦୀର୍ଘ ୨୪ ବର୍ଷ ଦେଶ ମାତୃକା ର ସେବା କରି ଅବସର ନେଇ କର୍ମଭୂମି ରୁ ଫେରିଛନ୍ତି ନିଜ ଜନ୍ମଭୂମି କୁ l ତାଙ୍କୁ ଉଚ୍ଚସ୍ୱିତ ସମ୍ବର୍ଦ୍ଧନା ଜଣାଇ ସମ୍ମାନ ର ସହ ବହୁ ଆଡମ୍ବରରେ ପାଛୋଟି ନେଇଛନ୍ତି ଅଞ୍ଚଳବାସୀ l ଜଣେ ଅବସରପ୍ରାପ୍ତ ବୀର ଯବାନ ଙ୍କୁ ଏପରି ସ୍ୱାଗତ ସମ୍ବର୍ଦ୍ଧନା ଅତ୍ୟନ୍ତ ନିଆରା ଏବଂ ଏହା ସମସ୍ତ ବୀର ଯବାନ ମାନଙ୍କୁ ନିଶ୍ଚିତ ଉତ୍ସାହିତ କରିବ l ପୁଷ୍ପରେ ସୁସଜିତ ଏକ ଖୋଲା ଜିପ ରେ ଭବାନୀପାଟଣା କଲେଜ ଛକ ଠାରୁ ନୂଆପଡା ଘର ପର୍ଯ୍ୟନ୍ତ ବାଇକ ରାଲି କରି ଅଂଚଳବାସୀ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ l ଅଲ ଷ୍ଟାର କ୍ରିକେଟ କ୍ଳବ ତରଫରୁ ସଭାପତି କୁନାଲ ବେହେରା, ସୁଧାଂଶୁ ନାଏକ, ଟୁକୁ ପଣ୍ଡା, ଦୀପକ ପାଣିଗ୍ରାହୀ, ସାଗର ସାହୁ ପ୍ରମୁଖଙ୍କର ନେତୃତ୍ୱ ରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା l
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା
What's Your Reaction?






