ଆମ୍ବୁଲାନ୍ସ ସେବାରେ ଅବହେଳା ଅଭିଯୋଗ: ରିୟା ନାଏକଙ୍କ ମୃତ୍ୟୁ ଘଟଣାରେ ନର୍ଲା ଥାନାରେ ଏତଲା, ଉଚ୍ଚସ୍ତରୀୟ ତଦନ୍ତ ଦାବି

Jul 13, 2026 - 21:48
0 14
ଆମ୍ବୁଲାନ୍ସ ସେବାରେ ଅବହେଳା ଅଭିଯୋଗ: ରିୟା ନାଏକଙ୍କ ମୃତ୍ୟୁ ଘଟଣାରେ ନର୍ଲା ଥାନାରେ ଏତଲା, ଉଚ୍ଚସ୍ତରୀୟ ତଦନ୍ତ ଦାବି

ଭବାନୀପାଟଣା | ୧୩l୭ ( ଷ୍ଟାରନ୍ୟୁଜ ଓଡିଶା)

ନର୍ଲା ବ୍ଲକ୍ ତୁଳାପଡା ଗ୍ରାମର ୧୧ ବର୍ଷୀୟା ଶିଶୁ କନ୍ୟା ରିୟା ନାଏକଙ୍କ ମୃତ୍ୟୁ ଘଟଣାକୁ ନେଇ ଯାଦବ ସମାଜ ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରକାଶ ପାଇଛି। ଆମ୍ବୁଲାନ୍ସ ସେବାରେ ଅବହେଳା ଯୋଗୁଁ ରିୟାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସୋମବାର ନର୍ଲା ବ୍ଲକ୍ ଯାଦବ ସମିତି ଏବଂ ମୃତ ଶିଶୁଙ୍କ ପରିବାର ପକ୍ଷରୁ ନର୍ଲା ଥାନାରେ ପୃଥକ ପୃଥକ ଏତଲା ଦାଏର କରାଯାଇଛି।
ଏତଲାରେ ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବା ସହ ଭବିଷ୍ୟତରେ ଏଭଳି ଅବହେଳାର ପୁନରାବୃତ୍ତି ରୋକିବାକୁ ଦାବି କରାଯାଇଛି। ଥାନାଧିକାରୀ ବିଜୟରାଜ ମାଝୀଙ୍କୁ ଏହି ଏତଲା ପ୍ରଦାନ କରାଯାଇଥିଲା।
ଏହି ଅବସରରେ ନର୍ଲା ବ୍ଲକ୍ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ, ଉପସଭାପତି ମାର୍କଣ୍ଡ ଜାଲ, ସୁନୀଲ ଧଙ୍ଗଡାମାଝୀ, ଉତ୍କଳ ଯାଦବ ମହାସଭାର ରାଜ୍ୟ ମହିଳା ସଭାନେତ୍ରୀ ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ଆଇନ ପରାମର୍ଶଦାତା ସଞ୍ଜୟ ଧଙ୍ଗଡାମାଝୀ, କେସିଙ୍ଗା ଏନଏସି ସଭାପତି ବସନ୍ତ ନାଏକଙ୍କ ସମେତ ବହୁ ଯାଦବ ସମାଜର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ। ମୃତ ଶିଶୁଙ୍କ ପିତା ଡିଙ୍ଗର ନାଏକ ମଧ୍ୟ ଉପସ୍ଥିତ ରହି ଘଟଣାର ସଠିକ୍ ତଦନ୍ତ ଓ ନ୍ୟାୟ ପ୍ରଦାନ ପାଇଁ ଦାବି ଜଣାଇଥିଲେ।
ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User