ଆର୍ ସି ଡ଼ି ସି ଭୁବନେଶ୍ୱରଙ୍କ ତରଫରୁ ପାଠ୍ୟ ପୁସ୍ତକ ଓ ଉପକରଣ ବଣ୍ଟନ

Jul 24, 2025 - 17:23
 0  14
ଆର୍ ସି ଡ଼ି ସି ଭୁବନେଶ୍ୱରଙ୍କ ତରଫରୁ ପାଠ୍ୟ ପୁସ୍ତକ ଓ ଉପକରଣ ବଣ୍ଟନ

କଳାହାଣ୍ଡି ଜିଲ୍ଲା ତା ୨୪/୭(ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଆର୍ ସି ଡ଼ି ସି ଭୁବନେଶ୍ୱରଙ୍କ ତରଫରୁ ବି ଏମ୍ ଜେଡ ଜର୍ମାନ ଓ ଚାଇଲ୍ଡ ଫଣ୍ଡ ଙ୍କ ମିଳିତ ସହାୟତାରେ ପାଠ୍ୟ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ରଥୁରାମ ବାଗ ପ୍ରକଳ୍ପ ସଂଯୋଜକ ଆର୍ ସି ଡ଼ି ସି ଗୋଲାମୁଣ୍ଡା ପାଠ୍ୟ ପୁସ୍ତକ ବଣ୍ଟନ କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ଓ କେଉଁ ଶିଶୁ ମାନଙ୍କୁ ଦିଆ ଯାଉଛି ସେ ବିଷୟରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଶ୍ରୀ ଲବଣୀ ନାଏକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋଲାମୁଣ୍ଡା ଓ ସମ୍ମାନିତ ଅତିଥି ଭାବରେ ଶ୍ରୀମତି ସ୍ୱାନ୍ତନା ସିପକା ଉପସ୍ଥିତ ରହି  ଛାତ୍ର ଛାତ୍ରୀ  ତଥା ଅଭିଭାବକ ମାନଙ୍କୁ ନିୟମିତ ଭାବରେ ଶିଶୁ ବିଦ୍ୟାଳୟକୁ ପଠେଇବା, ପାଠ ପଢା ପ୍ରତି ଧ୍ୟାନ କେନ୍ଦ୍ରିତ କରେଇବା କୋମଳମତି ଶିଶୁ ଙ୍କୁ କାମ କାର୍ଯ୍ୟରେ ନିୟୋଜିତ ନ କରିବା, କାମ ଅନ୍ୱେଷଣ ଗଲା ବେଳେ ଶିଶୁ କୁ ସାଂଗରେ ନ ନେବା ଉପରେ ଗୁରୁତ୍ବ ପ୍ରଦାନ କରିଥଲେ। କାର୍ଯ୍ୟକ୍ରମରେ ଆର୍ ସି ଡ଼ି ସି ଗୋଲାମୁଣ୍ଡା ଅଞ୍ଚଳରେ କାର୍ଯ୍ୟକରୁଥିବା ଗ୍ରାମରୁ ଅଭାବୀ ପରିବାର, ଦେଶାନ୍ତର ଯିବା ପରିବାର, ଅଧାରୁ ବିଦ୍ୟାଳୟ ଯାଉ ନ ଥିବା ଶିଶୁ ତଥା ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି ଓ ବିଦ୍ୟାଳୟ ପରିଚଳନା ସମିତିର ମିଳିତ ବୈଠକର ନିଷ୍ପତି ଅନୁଯାୟ ପରିବାର ଚିହ୍ନଟ କରିଥିଲେ। କାର୍ଯ୍ୟକ୍ରମରେ ୬୨ ଜଣ ଦ୍ବିତୀୟ ରୁ ସପ୍ତମ ଶ୍ରେଣୀ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କୁ ବ୍ୟାଗ ସହିତ ପାଠ୍ୟ ପୁସ୍ତକ ଓ ଉପକରଣ ବଣ୍ଟନ କରଯାଇଥିଲା। କାର୍ଯ୍ୟକ୍ରମକୁ ଗୋଷ୍ଠୀ ପ୍ରବର୍ତ୍ତକ ସଞ୍ଜୀବ ନାଏକ, ସଞ୍ଜୟ ଅଘାରିଆ, ଶିଶୁ ସାଥୀ ଯାଜ୍ଞସେନୀ,କପିଳାସ, ଲଛମନୀ, ବିଦ୍ୟୁତ୍ ପ୍ରଭା, ନାଦିଆ ପ୍ରସାଦ ଓ ସୁଧାଂଶୁ ଶେଖର ପ୍ରମୁଖ ସହଯୋଗ କରିଥିଲେ।

ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow