ଏମ ସି ଏସ କ୍ଲବ ର ୨୪ ତମ ବାର୍ଷିକ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ l

Nov 16, 2025 - 21:03
 0  45
ଏମ ସି ଏସ କ୍ଲବ ର ୨୪ ତମ ବାର୍ଷିକ ଆନ୍ତଃ ଜିଲ୍ଲା ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ l

ଫିରିଙ୍ଗିଆ,୧୬l୧୧(ଷ୍ଟାର୍ ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫିରିଙ୍ଗିଆ ପଞ୍ଚାୟତ ତଣ୍ଡ୍ରି ଗାଁ ଏମ, ସି, ଏସ କ୍ଲବ ତରଫରୁ ଆୟୋଜିତ ୨୪ ତମ ଫୁଟବଲ ଟୁର୍ନାମେଣ୍ଟ ଉଦଯାପିତ ହୋଇଛି l ଉଦଯାପନୀ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ବିଧାୟକ ଚକ୍ରମଣୀ କହଁର ଯୋଗ ଦେଇଥିଲେ l ସନମାନିତ ଅତିଥି ଭାବରେ କୁଇ ସଂଗଠକ ତଥା ପୂର୍ବତନ ଖଜୁରୀପଡା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ବରିଷ୍ଠ ସମାଜ ସେବୀ ଚନ୍ଦ୍ର ମୋହନ ନାୟକ, ଡ଼ିମିରିଗୁଡା ସରପଞ୍ଚ ମନୋଜ କହଁର, ବରିଷ୍ଠ କ୍ରୀଡା ସଂଗଠକ ତଥା ଓଡିଶା ଫୁଟବଲ ଆସୋସିଏସନର ଉପ ସଭାପତି ହୃଦୟ ରଞ୍ଜନ ବେହେରା, ବରିଷ୍ଠ କ୍ରୀଡ଼ାବିତ ତଥା ପୂର୍ବତନ ଫୁଟବଲ ଖେଳାଳି ସହଦେଵ ପାତ୍ର, କାମେ ଶ୍ୱର କହଁର, ଅର୍ଜୁନ କହଁର,ମାଧବ କହଁର ଯୋଗ ଦେଇଥିଲେ l ଉଦଯାପନୀ ଖେଳ ର ପୂର୍ବରୁ ଖଜୁରୀ ପଡା ବ୍ଲକ ର ଭେଟେରାନ ଏକାଦଶ ଖେଳାଳି ଙ୍କ ସହ ଫିରିଙ୍ଗିଆ ବ୍ଲକ ମର୍ଣ୍ଣିଙ୍ଗ କ୍ଲବ ଭେଟେରାନ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ପ୍ରଦର୍ଶନୀ ଖେଳ କୁ ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଅନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ l ପ୍ରଦର୍ଶନୀ ଖେଳ ରେ ଫିରିଙ୍ଗିଆ ବ୍ଲକ ମର୍ଣ୍ଣିଙ୍ଗ କ୍ଲବ ର ଭେଟେରାନ ଏକାଦଶ ୧ - ୦ ଗୋଲ ରେ ବିଜୟୀ ହୋଇଥିଲା l ପରେ ୨୪ ତମ ଫୁଟବଲ ଟୁର୍ନାମେଣ୍ଟ ର ଫାଇନାଲ ଖେଳ ପ୍ରଦୀପ ଇଲେଭେନ ଏବଂ ରାହୁଲ ଏଫସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଫାଇନାଲ ଖେଳ ରେ ରାହୁଲ ଏଫସି ୩ -୦ ଗୋଲ ରେ ପ୍ରଦୀପ ଏଫସି କୁ ହରାଇ ୨୪ ତମ ଫୁଟବଲ ଟୁର୍ନାମେଣ୍ଟ ର ଟ୍ରଫି ହାସଲ କରି ବିଜୟୀ ହୋଇଥିଲା l ଫାଇନାଲ ଖେଳରେ ଜାତୀୟ ସ୍ଥରୀୟ କ୍ରୀଡା ପରି ଚାଳକ ଶ୍ୟାମ ସୁନ୍ଦର ସାହା ଙ୍କ ସହ, ପ୍ରଫୁଲ୍ଲ କହଁର, ଜଗନ ବିଶୋଇ,ମୁକେଶ ପ୍ରଧାନ, ବେଣୁଧର କହଁର ପରିଚାଳନା କରିଥିଲେ l ଖେଳ ଶେଷରେ ଅତିଥି ମାନଙ୍କ ଦ୍ୱାରା ଭେଟେରାନ ଖେଳ ର ବିଜେତା, ଉପ ବିଜେତା ସହ ଫାଇନାଲ ଖେଳରେ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇଥିଲା l ଉଦଯାପନୀ ଖେଳ ରେ ସମସ୍ତ ଧାରା ବିବରଣୀ ସରୋଜ କୁମାର ଚର୍ଚ୍ଚା ପ୍ରଦାନ କରିଥିଲେ l ଏମ ସି ଏସ କ୍ଲବ ର ସଭାପତି ବିଜୟ କହଁର ଙ୍କ ସହ ମନୋଜ କହଁର, ଶୁଭ ରଞ୍ଜନ କହଁର, ଦିବ୍ୟ ରଞ୍ଜନ କହଁର, ଅନିଲ କହଁର, ପ୍ରଦୀପ କହଁର, ଶିବା ମଲିକ, ଉଦୟ ନାଥ କହଁର, ସଞ୍ଜୟ କହଁର, ଶରତ ବିଶ୍ୱାଳ, ସୁଧୀର ଖମାରି ଙ୍କ ସହ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଶେଷରେ ସ୍ଥାନୀୟ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

What's Your Reaction?

like

dislike

love

funny

angry

sad

wow

SUJAYA EDITOR