କଳାହାଣ୍ଡି ଗସ୍ତରେ ରାଜ୍ୟସରକାରଙ୍କ ଦୁଇ ମନ୍ତ୍ରୀ। ଭବାନୀପାଟଣା ପଂଚାୟତ ସମିତି ପରିସରରେ ଥିବା ଶକ୍ତିମୟୀ ବିଏଲେଫ ରିଟେଲ ମାର୍ଟ ର କଲେ ଶୁଭ ଉଦଘାଟନ

Jul 20, 2025 - 07:47
0 22

ଭବାନୀପାଟଣା ୧୯/୭ (ଷ୍ଟାରନିୟୁଜ ଓଡିଶା)କଳାହାଣ୍ଡି ଗସ୍ତରେ ରାଜ୍ୟ ସରକାରଙ୍କର ଦୁଇ ମନ୍ତ୍ରୀ। ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ର ମନ୍ତ୍ରୀ ରବିନାରାୟଣ ନାଏକ ଓ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଶେଷ ରାମ ଖୁଣ୍ଟିଆଙ୍କ କରକମଳରେ ଭବାନୀପାଟଣା ସଦର ପଞ୍ଚାୟତ କାର୍ଯ୍ୟାଳୟରେ ପରିସରରେ "ସୁଭଦ୍ରା ଶକ୍ତି ରିଟେଲ ମାର୍ଟ" ର ଶୁଭ ଉଦଘାଟନ କରିଥିଲେ। ଏହି ଉଦଘାଟନ ଅବସରରେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ସିଡିଓ ଡିଆରଡିଏ ଶ୍ରୀ ଦୟାମୟ ପାଢ଼ୀ, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ ଅଧକ୍ଷ ପଂଚାୟତ ସମିତି ଭବାନୀପାଟଣା ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ ଉପାଧକ୍ଷ୍ୟା ପଞ୍ଚାୟତ ସମିତି ଭବାନୀପାଟଣା, ବିଡ଼ିଓ ଶ୍ରୀ ଚନ୍ଦନ କୁମାର ଭୋଇ, ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ପ୍ରମୁଖ ଉପସ୍ଥିତ ଥିଲେ। ଗତକାଲି ପହଞ୍ଚିବା ପରେ ପଞ୍ଚାୟତରାଜ ମନ୍ତ୍ରୀ ଜିଲ୍ଲାପାଳଙ୍କ ସଭାଗୃହ ରେ ବିଭିନ୍ନ ଉନ୍ନୟନମୂଳକ କାମକୁ ନେଇ ରିଭ୍ୟୁ ନେଇଥିଲେ।ଦୁଇ ମନ୍ତ୍ରୀ ଭବାନୀପାଟଣା ସହରର ରିଟେଲ ମାର୍ଟ ଓ ଦୁଆରଶୁଣୀ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରିବା ସହ କେସିଙ୍ଗା ଭେଜିପଦର ଠାରେ RPWS ଉଦଘାଟନ କରିବା ସହ କେରୁଗୁଡା, ଗାଇଗାଁ ଠାରେ ଗାଁ ହାଟର ଉଦଘାଟନ କରିଥିଲେ। ଏହି ସୁଭଦ୍ରା ଶକ୍ତିମୟୀ ରିଟେଲ ମାର୍ଟ ର ସଭାପତି ଶ୍ରୀମତୀ ଜେମା ଭୋଇ ଓ ସମ୍ପାଦିକା ଶ୍ରୀମତୀ ସୁମତି ଯୋଶୀ ଉପସ୍ଥିତ ମାନ୍ୟବର ମନ୍ତ୍ରୀ ଏବଂ ସମ୍ମାନିତ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User