BREAKING NEWS -ବଜ୍ର ଘାତରେ ଏଗାରଟି ଗୃହପାଳିତ ପଶୁଙ୍କ ମୃତ

Jul 19, 2025 - 10:25
0 32

1.

କନ୍ଧମାଳ ଜିଲ୍ଲା.ତା 18/7. 
(ଷ୍ଟାର ନିୟୁଜ ଓଡିଶା)
ପଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ଛେଳି ଚରାଳି। ଏଭଳି ଘଟଣା ଘଟିଛି  କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା କୁଟିକିଆ ପଞ୍ଚାୟତ ସାଉଟିକିଆ କୁମ୍ଭାର ସାହି ତେନ୍ତୁଳି ଗଛ ମୁଳେ। ସୂଚନା ଅନୁଯାଇ ଆଜି ଅପରାହ୍ନ ରେ ଛେଳି ଚରାଳି ସତ୍ୟବାନ ମଲିକ 6 ଗୋଟି ଛେଳି 4 ଗୋଟି ମେଣ୍ଢା ଏବଂ 1 ଗୋଟି ପୋଡ଼  ନେଇ ସାହି ପଡ଼ିଆରେ ଚରାଉ ଥିଲେ l ଅପରାହ୍ନ ଦୁଇ ଘଣ୍ଟିକା ସମୟରେ ହଟାତ ବର୍ଷା ହେବା ଯୋଗୁଁ ପଶୁ ଗୁଡ଼ିକ ତେନ୍ତୁଳିଗଛମୂଳ ରେ ବିଶ୍ରାମ ନେଉଥିବା ବେଳେ ବିଜୁଳି ମାରିଥିଲା l ଯାହାରୀ ଫଳରେ ଘଟଣା ସ୍ଥଳରେ 6 ଗୋଟି ଛେଳି 4 ମେଣ୍ଢା ଓ 1 ଗୋଟି  ପୋଢ଼ ର ମୃତ୍ୟୁ ହୋଇଥିଲା। ଛେଳି ଚରାଳି ସତ୍ୟବାନ ମଲିକ କିଛି ଦୁରରେ ରହିଥ‌ିବା ଯୋଗୁଁ ସାମାନ୍ୟ ଆଘାତ ହୋଇ ଥିଲେ ମଧ୍ୟ ମୃତ୍ୟୁ ମୁଖରୁ ବଞ୍ଜି ଯାଇଛନ୍ତି । ସୂଚନା ପ୍ରକାରେ ସାମ୍ପ୍ରଦା ମଳିକ ଙ୍କ ର (ଏକ )ଗୋଟି ପୋଡ଼.l ଉମେଶ କହଁର ଙ୍କ ର ଦୁଇ ଗୋଟି ଛେଳି.lଟଙ୍କଧର ମଲିକଙ୍କ ର ଦୁଇ ଗୋଟି ମେଣ୍ଡା.l ଯଇନା ମଳିକଙ୍କ ର ଦୁଇ ଗୋଟି ମେଣ୍ଡା l . ଜିମାନା ମଲିକ ଙ୍କ ର (1)ଗୋଟି.ଛେଳି l ଗଙ୍ଗାଧର ମଳିକଙ୍କ ର ଦୁଇ ଗୋଟି ଛେଳି l ଏହିଭଳି ପାଖାପାକି (60)ହଜାର  ଟଙ୍କାର ବୋଲି କହିଛନ୍ତି ଗଙ୍ଗାଧର ମଳିକଏବଂ ଗ୍ରାମ ବାସି l ପ୍ରଶାସନ ଏଥ୍ ପ୍ରତି ଦୃଷ୍ଟି ଦେଇ କ୍ଷତି ପୂରଣ ଦେବା ନିମନ୍ତେ ଗ୍ରାମ ବାସି ଦାବି କରିଛନ୍ତି।

କନ୍ଧମାଜ ଜିଲ୍ଲା ବାଲିଗୁଡ଼ା ବ୍ଲକ ସାଉଁଟିକିଆ ରୁ ସତନ୍ତ୍ର ପ୍ରତିନିଧି ସଲମନ ଦିଗାଲ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User