କଳାହାଣ୍ଡିରେ ଦେଶଭକ୍ତିର ଉତ୍ସବ: ବିକାଶର ନୂଆ ଅଧ୍ୟାୟରେ ଜିଲ୍ଲା — ଉପମୁଖ୍ୟମନ୍ତ୍ରୀ ସିଂଦେଓ
ଭବାନୀପାଟଣା, ୧୫/୮ (ଷ୍ଟାରନ୍ୟୁଜ ଓଡ଼ିଶା):

ଦେଶଭକ୍ତି, ଶୃଙ୍ଖଳା ଓ ବିକାଶର ବାର୍ତ୍ତା ସହ କଳାହାଣ୍ଡିରେ ଉତ୍ସାହର ସହ ପାଳିତ ହୋଇଛି ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ। ଭବାନୀପାଟଣାରେ ଆୟୋଜିତ ଏହି ଗରିମାମୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ପରେଡ୍ରେ ଯୋଗଦେଇ ବିଭିନ୍ନ ଦଳର ଅଭିବାଦନ ଗ୍ରହଣ କରିଥିଲେ।
ଜନସାଧାରଣଙ୍କୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ, ସ୍ୱାଧୀନତା ସଂଗ୍ରାମରେ ଦେଶର ମହାନ ବ୍ୟକ୍ତିତ୍ୱମାନଙ୍କ ତ୍ୟାଗ ଓ ଅବଦାନ ଅତୁଳନୀୟ। ସେମାନଙ୍କ ତ୍ୟାଗରୁ ପ୍ରେରଣା ନେଇ ଦେଶକୁ ଆହୁରି ସଶକ୍ତ ଓ ବିକଶିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ।
ସେ ଆହୁରି କହିଥିଲେ ଯେ, ଏକଦା ପଛୁଆ ଜିଲ୍ଲା ଭାବେ ପରିଚିତ କଳାହାଣ୍ଡି ଆଜି ନିଜର ପରିଚୟ ବଦଳାଇବାରେ ସକ୍ଷମ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲା ଉଲ୍ଲେଖନୀୟ ଅଗ୍ରଗତି କରିଛି। କଳାହାଣ୍ଡିର ସାମଗ୍ରିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଓ ପଦକ୍ଷେପ ଜାରି ରହିଛି ବୋଲି ସେ ଉଲ୍ଲେଖ କରିଥିଲେ।
ସ୍ୱାଧୀନତା ଦିବସ ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଓ ବିଶିଷ୍ଟ ନାଗରିକମାନଙ୍କୁ ସମ୍ମାନିତ କରାଯାଇଥିଲା। ଦେଶପ୍ରେମ ଓ ଜନସେବାର ଭାବନାକୁ ଆହୁରି ସୁଦୃଢ଼ କରିବା ସହ ବିକଶିତ କଳାହାଣ୍ଡି ଗଠନ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆହ୍ୱାନ ଦିଆଯାଇଥିଲା।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)