କେକ୍ରିଙ୍ଗିଆ ଓ ପକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ I

Aug 20, 2025 - 21:04
0 184
କେକ୍ରିଙ୍ଗିଆ ଓ ପକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହେଲା ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୨୦l୮(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ଶ୍ରୀପଲ୍ଲା କ୍ଲଷ୍ଟରର ସରକାରୀ ପ୍ରାଥମିକ ବିଦ୍ୟାଳୟ କେକ୍ରିଙ୍ଗିଆ ଓ ପକାରୀ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଅଧାରୁ ପାଠ ଛାଡି କିମ୍ବା ଆଦୌ ନାମ ଲେଖାଇ ନ ଥିବା ଏବଂ ବିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ପାଇଁ ରାଜ୍ୟରେ ଆସ ସ୍କୁଲ ଯିବା ହେଉଛି ସରକାରଙ୍କର କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ନିକୁଞ୍ଜ ବେହେରା, ସହକାରୀ ଶିକ୍ଷକ ବୈଚନ୍ଦ୍ର ମଲିକ, ପରିଚାଳନା କମିଟି ସଭାପତି, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ସମେତ ଛାତ୍ରଛାତ୍ରୀ ମାନେ ପଦଯାତ୍ରା ମାଧ୍ୟମରେ ସ୍କୁଲ ଯିବା ଆସ ସ୍କୁଲ ଯିବା ସ୍କୁଲରେ ଯାଇ ପାଠ ପଢିବା ପଢିଲେ ପାଠ ଦୁଇ ଅକ୍ଷର, ସବୁଠି ରହିବ ଆମ ଆଦର ସରକାରଙ୍କର ଏହି ଆହ୍ବାନ ଆସ ସ୍କୁଲ ଯିବା କରିବା ପଣ ଆସ ଆମେ ସ୍କୁଲ ଯିବା ନାମ ଲେଖ ପାଠ ପଢିବା କହି କହି ଆମେ ଯାଉଚୁ ଭାଈ ଅଧାରୁ ପାଠ କେ ଛାଡ଼ିବା ନାହିଁ ଏହି ଲେଖାଇକି ଭଳି ନାରାବାଜି ଦେଇ ଗ୍ରାମ ଗ୍ରାମରେ ଲୋକ ମାନଙ୍କୁ ପଦଯାତ୍ରା ମାଧ୍ୟମରେ ସଚେତନ କରାଯାଇଥିଲା I

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User