କେସିଙ୍ଗା ରେଲୱେ ଷ୍ଟେସନରେ ୪୦ ଲକ୍ଷ ଟଙ୍କା ଜବତ, ଯୁବକ ଅଟକ

Apr 04, 2026 - 15:38
0 29
କେସିଙ୍ଗା ରେଲୱେ ଷ୍ଟେସନରେ ୪୦ ଲକ୍ଷ ଟଙ୍କା ଜବତ, ଯୁବକ ଅଟକ

କଳାହାଣ୍ଡି, ତା. ୪ ଏପ୍ରିଲ:( ଷ୍ଟାର ନିୟୁଜ ଓଡିଶା )କଳାହାଣ୍ଡି ଜିଲ୍ଲାର କେସିଙ୍ଗା ରେଲୱେ ଷ୍ଟେସନରେ ରେଲୱେ ପୋଲିସ ଦ୍ୱାରା ଏକ ବଡ଼ ଅଭିଯାନରେ ୪୦ ଲକ୍ଷ ଟଙ୍କା ନଗଦ ଜବତ କରାଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି।
ଅଧିକାରୀମାନଙ୍କ ଅନୁସାରେ, ଏକ ଗୁପ୍ତ ସୂଚନା ଆଧାରରେ ଟିଟିଲାଗଡ଼ ରେଲୱେ ପୋଲିସ ଶୁକ୍ରବାର ଦିନ କେସିଙ୍ଗା ଷ୍ଟେସନରେ ଚେକିଂ କାର୍ଯ୍ୟକ୍ରମ କରିଥିଲେ। ଏହି ସମୟରେ ସନ୍ଦେହଜନକ ଭାବେ ଘୁରୁଥିବା ଜଣେ ଯୁବକଙ୍କୁ ଅଟକ କରାଯାଇଥିଲା। ତାଙ୍କ ପାଖରେ ଥିବା ବ୍ୟାଗ ତଲାଶି କରିବା ପରେ ୪୦ ଲକ୍ଷ ଟଙ୍କା ନଗଦ ମିଳିଥିଲା।
ଅଟକ ଯୁବକଙ୍କ ପରିଚୟ ପ୍ରଭାତ ସାମୁଏଲ (୩୪)  ଯିଏ ପଶ୍ଚିମ ବଙ୍ଗର ବାସିନ୍ଦା ବୋଲି ଜଣାପଡ଼ିଛି। ପ୍ରାରମ୍ଭିକ ପଚରାଉଥିବା ବେଳେ ସେ କହିଥିଲେ ଯେ, କେସିଙ୍ଗା ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଠାରୁ ଏହି ଟଙ୍କା ଗ୍ରହଣ କରି ସେ ରାୟପୁରକୁ ଯାଉଥିଲେ।
ରେଲୱେ ସୁରକ୍ଷା ବଳ (RPF) ଅଧିକାରୀ ତ୍ରିବିକ୍ରମ ସେଠ ଘଟଣାକୁ ସ୍ଥିର କରି କହିଛନ୍ତି ଯେ, ଏହି ଟଙ୍କାର  ଉଦ୍ଦେଶ୍ୟ ବିଷୟରେ ଖୋଜଖବର ପାଇଁ ସମ୍ବଲପୁର ଓ ଆୟକର ବିଭାଗର ଉଚ୍ଚ ଅଧିକାରୀମାନେ ଶୀଘ୍ର ଘଟଣାସ୍ଥଳକୁ ପହଞ୍ଚିବେ।
ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ, ତଦନ୍ତ ଫଳାଫଳ ଆଧାରରେ ପରବର୍ତ୍ତୀ ଆଇନନୁଗତ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User