କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ: ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ୟୁନିଫର୍ମ, ହାଉସ୍ ଡ୍ରେସ୍ ଓ ଜୋତା ପ୍ରଦାନ

Jul 23, 2026 - 19:40
Jul 23, 2026 - 19:43
 0  35
କେସିଙ୍ଗା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ: ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ୟୁନିଫର୍ମ, ହାଉସ୍ ଡ୍ରେସ୍ ଓ ଜୋତା ପ୍ରଦାନ

କେସିଙ୍ଗା, ୨୩/୭ (ଷ୍ଟାର ନ୍ୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲା କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ନିମନ୍ତେ ବିଦ୍ୟାଳୟ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର ଉତ୍ସାହ ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ ଶ୍ରୀ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ନବନିର୍ବାଚିତ ସଭାପତି ଶ୍ରୀ ଶିବ ପ୍ରସାଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ଦୁଇ ହଳ ବିଦ୍ୟାଳୟ ପୋଷାକ, ଗୋଟିଏ ହାଉସ୍ ଡ୍ରେସ୍, ଏକ ହଳ ଜୋତା ଓ ଦୁଇ ହଳ ମୋଜା ବଣ୍ଟନ କରିଥିଲେ।

ଏହି ଅବସରରେ ଶ୍ରୀ ସାହୁ ଛାତ୍ରୀମାନଙ୍କୁ ନିୟମିତ ପାଠପଢ଼ା, ଶୃଙ୍ଖଳା ଏବଂ ଉତ୍ତମ ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇ ଶିକ୍ଷା ମାଧ୍ୟମରେ ନିଜ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ମଧ୍ୟ ଛାତ୍ରୀମାନଙ୍କୁ ସରକାରଙ୍କ ବିଭିନ୍ନ ଶିକ୍ଷାମୂଳକ ଯୋଜନାର ସଦୁପଯୋଗ କରି ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିବାକୁ ଆହ୍ୱାନ ଜଣାଇଥିଲେ।

କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ହାତୀ ନଦୀ, ତେଲ ନଦୀ, ମହାନଦୀ ଓ ସୁବର୍ଣ୍ଣରେଖା ହାଉସ୍‌ର ଅଧୀକ୍ଷକ କୁନା ସେଠୀ, ରାହୁଲ ମାଝୀ, ଆର୍ତ୍ତତ୍ରାଣ ଷଡ଼ଙ୍ଗୀ, କହ୍ନେଇଲାଲ ସାହୁ, ସୁଶାନ୍ତ ମେହେର, ମାନସୀ ନାୟକ, ରୁନିଷା ପ୍ରଧାନ ଓ ହେମନ୍ତ କୁମାର ମହୁଲିଆଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow

SUJAYA EDITOR