ଗଞ୍ଜାମ ଧରାକୋଟ ଦଳିତ ନିର୍ଯାତନା ଘଟଣାକୁ ନିନ୍ଦା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ

Jul 05, 2025 - 06:34
0 16
ଗଞ୍ଜାମ ଧରାକୋଟ ଦଳିତ ନିର୍ଯାତନା ଘଟଣାକୁ ନିନ୍ଦା ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ

କେସିଙ୍ଗା /ଭବାନୀପାଟଣା, ୦୪/୦୭(    ଷ୍ଟାରନିୟୁଜ ଓଡିଶା )- ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଗୋଚାଲାଣ ଅଭିଯୋଗରେ ଦୁଇ ଦଳିତ ବ୍ୟକ୍ତିଙ୍କୁ ନିର୍ଯାତନା ଘଟଣାକୁ ନେଇ ସ୍ୱର ଉତ୍ତୋଳନ କରିଛି ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ। ଏହି ଘଟଣାରେ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ରାଶି ପ୍ରଦାନ କରିବା ଦାବି ଓ ଏହି ସ୍ପର୍ଶକାତର ଘଟଣାରେ ସୁପ୍ରିମକୋର୍ଟ ଓ ଜାତୀୟ ମାନବାଧିକାର କମିଶନ ହସ୍ତକ୍ଷେପ କରିବାକୁ ଫେଡେରେସନ ଦାବି କରିଛି। ଗୋଟିଏ ପଟେ ଗୋମାଂସ ରପ୍ତାନୀ ପାଇଁ ସରକାର ଲାଇସେନ୍ସ ପ୍ରଦାନ କରୁଥିବାବେଳେ ଅନ୍ୟପଟେ ପେଟପାଟଣା ପାଇଁ ଗୋରୁ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଉପରେ ଅତ୍ୟାଚାର କରାଯିବାକୁ ଫେଡେରେସନ ନାପସନ୍ଦ କରିଛି। ଏଣୁ ସରକାରଙ୍କ ତରଫରୁ ସାରାଦେଶରେ ଗୋମାଂସ ରପ୍ତାନୀ କରୁଥିବା ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ ପ୍ରତିବନ୍ଧକ ଲଗାଇବାକୁ ଏବଂ ଏ ଦିଗରେ ଏକ ଆଇନ କିମ୍ବା ଅଧ୍ୟାଦେଶ ଆଣିବାକୁ ଦାବି କରାଯାଇଛି। ଏନେଇ ଫେଡେରେସନ ତରଫରୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି, ଜାତୀୟ ମାନବାଧିକାର କମିସନ, ଜାତୀୟ ଅନୁସୂଚିତ ଜାତି କମିଶନ, ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ମାନବାଧିକାର କମିଶନ ଓ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଫେଡେରେସନର ସଭାପତି ବସନ୍ତ ନାଏକ, ସାଧାରଣ ସମ୍ପାଦକ ବିଭିଷନ ନାଏକ, କାର୍ଯ୍ୟକାରୀ ସଭାପତି ରିଷିସୁଦନ ଛତ୍ରପାଲ, ସୂର୍ଯ୍ୟ ନାରାୟଣ କୁମାର, କୋଷାଧ୍ୟକ୍ଷ ଗଜମୋହନ ନାଏକ, ଉପଦେଷ୍ଟା ଯୋଗେଶ୍ୱର ସାଗର, ରାମ ନାଏକ, ଦେବେନ୍ଦ୍ର ନାଏକଙ୍କ ନେତୃତ୍ୱରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏହି ମର୍ମରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User