ଗୋଲାମୁଣ୍ଡା ଠାରେ ବାଲ୍ ସଭା ଅନୁଷ୍ଠିତ । ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ।

Jan 13, 2026 - 18:53
0 19
ଗୋଲାମୁଣ୍ଡା ଠାରେ ବାଲ୍ ସଭା ଅନୁଷ୍ଠିତ । ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ।

କଳାହାଣ୍ଡି ଜିଲ୍ଲା ତା.୧୩/୦୧ ( ଷ୍ଟାର ନିୟୁଜ ଓଡିଶା )ଗୋଲାମୁଣ୍ଡା ବ୍ଲକ ସଭା ଗୃହ ଠାରେ କଳାହାଣ୍ଡି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଗୋଲାମୁଣ୍ଡା ବ୍ଲକ ପ୍ରଶାସନ ଓ ଆର୍ ସି ଡ଼ି ସି ଭୁବନେଶ୍ଵରଙ୍କ ମିଳିତ  ସହଯୋଗରେ ଏକ ବାଲ୍ ସଭା ଅନୁଷ୍ଠିତ ହୋଇ ଯାଇଛି। ଶ୍ରୀ ପ୍ରଦୀପ କୁମାର ପାତ୍ର କାର୍ଯ୍ୟକ୍ରମ ଅଧିକାରି ଆର୍ ସି ଡ଼ି ସି ସମସ୍ତଙ୍କୁ ସ୍ଵାଗତ ଜଣେଇ ଅତିଥି ପରିଚୟ କରିଥିଲେ ଓ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ଅଧକ୍ଷା ଶ୍ରୀମତି ବବିତା ପାତ୍ର, ଶ୍ରୀମତି କଳ୍ପନା ଲେଙ୍କା ସଦସ୍ୟା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ପ୍ରମୁଖ ଉପସ୍ଥିତ ରହି ଶିଶୁ ଅଧିକାର,ସୁରକ୍ଷା, ଶିଶୁ ସମସ୍ୟା, ବାଲ୍ୟ ବିବାହ ମୂକ୍ତ ଗାଁ ଓ ବାଲସଭା କରିବାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଶ୍ରୀ ବିନ୍ଦୁ ମହାନନ୍ଦ ଅଧ୍ୟକ୍ଷ ପଞ୍ଚାୟତ ସମିତି ଗୋଲାମୁଣ୍ଡା,ଶ୍ରୀତ୍ରିପୁରା ମହାନନ୍ଦ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା, ଶ୍ରୀ ଚନ୍ଦନ କୁମାର ଭୋଇ ତହସିଲଦାର ଗୋଲାମୁଣ୍ଡା, ଶ୍ରୀମତି ମୂଜିବୁନ ନିଶା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ କଳାହାଣ୍ଡି,ସୁଶ୍ରୀ ସ୍ୱର୍ଣାଲତା ମହାନ୍ତି ଅଧ୍ୟକ୍ଷା ଶିଶୁ ମଙ୍ଗଳ ସମିତି କଳାହାଣ୍ଡି, ଶ୍ରୀମତି ନିରୁପମା ନାଏକ ନାରୀ ନେତ୍ରୀ  ପ୍ରମୁଖ ମଞ୍ଚାସିନ ଥିଲେ। ଆର୍ ସି ଡ଼ି ସି ତରଫରୁ ପ୍ରକାଶିତ ଶିଶୁ ସୁରକ୍ଷା ସହାୟିକା ପୁସ୍ତିକାକୁ ମଞ୍ଚାସିନ ଅତିଥି ଉନ୍ମୋଚନ କରିଥିଲେ। ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରି ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ ନେଇଥିଲେ। କାର୍ଯ୍ୟକ୍ରମରେ ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି, ପଞ୍ଚ୍ୟାୟତ ଶିଶୁ ସୁରକ୍ଷା ସମିତି, ସରପଞ୍ଚ,ଅଙ୍ଗନୱାଡ଼ି କର୍ମୀ, ଆଶାକର୍ମୀ,କିଶୋର କିଶୋରୀ ଓ ବିଭାଗୀୟ ଅଧିକାରି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ପରିଶେଷରେ ଶ୍ରୀବିଜୟ କୁମାର ନାଏକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ 

 କଳାହାଣ୍ଡିରୁ  ବିଷ୍ଣୁ ଚରଣ ସ୍ୱାଇଁ  ଙ୍କ ରିପୋର୍ଟ୍

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User