ସୋସିଆଲ ୱେଲ ଫାୟାର ଅରଗାନାଇଁ ଯେସନ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

Jan 12, 2026 - 21:15
0 24
ସୋସିଆଲ ୱେଲ ଫାୟାର ଅରଗାନାଇଁ ଯେସନ ତରଫରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ

ମ.ରାମପୁର:୧୨/୧(ଷ୍ଟାର ନିୟୁଜ ଓଡିଶା): ସୋସିଆଲ ୱେଲ୍ ଫାୟାର ଅଗ୍ରାନାଇଜେସନ ତରଫରୁ କଳାହାଣ୍ଡି ଜିଲ୍ଲା ସଭାପତି ଶାନ୍ତି ମାଝୀ ଙ୍କ ନେତୃତ୍ୱ ରେ ଆଜି ବିଭିନ୍ନ ସ୍ଥାନ ରେ କମ୍ବଳ ବଣ୍ଟନ କରାଯାଇଛି । ପ୍ରଥମେ ଏହି ଅନୁଷ୍ଠାନ ର କର୍ମକର୍ତ୍ତା ମାନେ ଭୀମ ଭୋଇ ଦିବ୍ୟାଙ୍ଗ କଲ୍ୟାଣ ଅନୁଷ୍ଠାନ କୁ ଯାଇ  ସଦସ୍ୟ ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ । ପରେ ନିକଟସ୍ଥ ମଟୋଗଣ୍ଡା ଗାଁ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ସାମ୍ବାଦିକ କିଶୋର ନାଏକ ଯୋଗ ଦେଇ କମ୍ବଳ ବଣ୍ଟନ କରିବା ସହ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଅନୁଷ୍ଠାନ ର ମଙ୍ଗଳ କାମନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଭୋଳା ଶଙ୍କର ପାତ୍ର, ସୁଶାନ୍ତ ପାତ୍ର, ଅନୀଲ ସାହୁ, ଦେବେନ୍ଦ୍ର ନାୟକ, ଯୋଗୀନ୍ଦ୍ର ମାଝୀ, ଡୋଲେଶ୍ୱର ମାଝୀ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ସଭାପତି ଶ୍ରୀମତୀ ମାଝୀ ଜଣେ ଆଶା କର୍ମୀ ହେଇଥିବା ବେଳେ ସମାଜ ର ତଳ ସ୍ତରର ଲୋକଙ୍କ ପାଇଁ ସେବା କରିବା, ରୋଗୀ ଙ୍କୁ ରକ୍ତ ଦେବା ସହ ରକ୍ତ ଯୋଗାଇ ଦେବାରେ ସେ ନିଜକୁ ସମର୍ପିତ କରିଛନ୍ତି । ତାଙ୍କରି ଏହି ଉଦ୍ୟମ କୁ ବିଭନ୍ନ ମହଲ

ରେ ପ୍ରଶଂସା କରା ଯାଇଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User