ବିଭିନ୍ନ ପୀଠରୁ ପହଞ୍ଚିଲା ପବିତ୍ର ମଶାଲ ମୁଖ୍ୟ ମଞ୍ଚରେ ସ୍ଥାପନ ପାଇଁ ବିଶାଳ ଶୋଭାଯାତ୍ରା

Jan 14, 2026 - 18:58
0 25
ବିଭିନ୍ନ ପୀଠରୁ ପହଞ୍ଚିଲା ପବିତ୍ର ମଶାଲ  ମୁଖ୍ୟ ମଞ୍ଚରେ ସ୍ଥାପନ ପାଇଁ ବିଶାଳ ଶୋଭାଯାତ୍ରା

ଭବାନୀପାଟଣା,୧୪/୦୧(ଷ୍ଟାର ନିୟୁଜ ଓଡିଶା  )-କଳାହାଣ୍ଡି ଉତ୍ସବରେ କଳା, ସଂସ୍କୃତି ଓ ଇତିହାସ ନୁହେଁ, ବରଂ ଆଧ୍ୟାତ୍ମିକ ଗୁରୁତ୍ୱ ବହନ କରୁଥିବା ଜିଲ୍ଲାର ବିଭିନ୍ନ ଐତିହାସିକ, ଆଧ୍ୟାତ୍ମିକ ତଥା ସାଂସ୍କୃତିକ ପୀଠସ୍ଥଳୀରୁ ପବିତ୍ର ମଶାଲ ପହଞ୍ଚିବା ପରେ ସହରର ବିଭିନ୍ନ ଛକରେ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରୁ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ମଶାଲ ଓ ମଶାଲ ଅଭିଯାତ୍ରୀଙ୍କୁ ସ୍ୱାଗତ କରି ଗାନ୍ଧୀ ଛକସ୍ଥିତ ସାମୟିକ ମଶାଲ ରହଣୀସ୍ଥଳକୁ

ନିଆଯାଇଥିଲା। ଏହି ଅବସରରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ, ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ, ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ, ସରକାରୀ ମହିଳା ମହାବିଦ୍ୟାଳୟ, କୃଷି ମହାବିଦ୍ୟାଳୟ, ସାନ୍ଧ୍ୟ ମହାବିଦ୍ୟାଳୟ, ଇଞ୍ଜିନିୟରିଂ ମହାବିଦ୍ୟାଳୟ, ବିକାଶ ସ୍କୁଲ, ପ୍ରଗତି ଶିକ୍ଷାନୁଷ୍ଠାନ ସହିତ ସହରର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ। ସେହିପରି ଦ୍ଵିତୀୟ ପର୍ଯ୍ୟାୟରେ ମହାରାଜ ଉଦିତ ପ୍ରତାପ ଦେଓଙ୍କ ଉପସ୍ଥିତିରେ ମାଣିକେଶ୍ବରୀ ମନ୍ଦିରରୁ ପୂଜାର୍ଚ୍ଚନା ସହିତ ମୁଖ୍ୟ ମଶାଲ ବାହାରିବା ପରେ ସେଠାରୁ ଅନ୍ୟ ମଶାଲ ସହିତ ମିଶି ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ମୁଖ୍ୟ ମଞ୍ଚ ସହିଦ ରେଣ୍ଡୋ ମାଝୀ ମଞ୍ଚ ପର୍ଯ୍ୟନ୍ତ ଯାଇଥିଲା। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଭବାନୀପାଟଣା ମୁନିସିପାଲିଟି ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଏହି ମଶାଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ମଶାଲ କମିଟିର ଅଧ୍ୟକ୍ଷ ଭବାନୀଶଙ୍କର ନିଆଲଙ୍କ ସହିତ ମଶାଲ ଶୋଭାଯାତ୍ରାରେ ନୋଡାଲ ଅଧିକାରୀ ଶ୍ରୀକାନ୍ତ ଦଳେଇ, କମିଟିର ସହ ଅଧ୍ୟକ୍ଷ ତଥା ମୋ ଭାରତ କେନ୍ଦ୍ରର ସଂଯୋଜକ ପ୍ରସନ୍ନ ମେହେର, ଲେଖାପାଳ ଦୂତିଆ ବନଛୋର, ସହ ଅଧ୍ୟକ୍ଷା ସନ୍ତୋଷିନୀ ଦାସ, ଆବାହକ ଯଯାତି କେଶରୀ ନାୟକ, ପ୍ରଦୀପ କୁମାର ଦାସଙ୍କ ସହିତ କମିଟିର ସମସ୍ତ ସଦସ୍ୟ, ସଦସ୍ୟା, ମୋ ଭାରତ କେନ୍ଦ୍ରର ଯୁବ ସ୍ବେଛାସେବୀମାନେ ସାମିଲ ହୋଇଥିଲେ। ସେହିପରି ସାଂସ୍କୃତିକ କମିଟିର ଉପଦେଷ୍ଟା ଅକ୍ଷୟ କୁମାର ଦାସ, ଅଶୋକ ପଟନାୟକ, ସହ ଅଧ୍ୟକ୍ଷ ଧ୍ୟାନାନନ୍ଦ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ସାଂସ୍କୃତିକ ଦଳ ସାମିଲ ଥିଲେ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User