ଗ୍ରାମବାସୀ ଙ୍କ ନିଆରା ପ୍ରୟାସ, ସମସ୍ତେ ମିଶି ୫୦ ଏକର୍ ରୁ ଅଧିକ ଗୋଚର ଓ ଅନାବାଦୀ ଜମି କୁ କଲେ ଚିହ୍ନଟ

Jun 07, 2025 - 09:58
Updated: 1 year ago
0 40

ନର୍ଲା :ତା ୬l ୬(ଷ୍ଟାରନିୟୁଜ ଓଡିଶା)ଏଭଳି ଏକ ନିଆରା ପ୍ରୟାସ କରିଛନ୍ତି କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲ୍ ଅନ୍ତର୍ଗତ ଗିଗିନା ପଞ୍ଚାୟତ ର ଗିଧାମାଲ୍ ଗ୍ରାମବାସୀ । ସୂଚନା ଅନୁସାରେ କିଛି ବର୍ଷ ହେଲା ଉକ୍ତ ଗାଁ ର ଏକର୍ ଏକର୍ ଗୋଚର ଓ ଅନାବାଦୀ ଜମି କୁ ସ୍ଥାନୀୟ ଲୋକେ ବେନିୟମ ଭାବେ କବଜା କରି ବିଭିନ୍ନ ପ୍ରକାର ଚାଷ କରୁଥିଲେ ଫଳରେ ଗାଁ ର ଗୋରୁ, ମଇସି, ଛେଳି , ମେଣ୍ଢା ଚାରାଇବା ପାଇଁ ଅସୁବିଧା ହେଉଥିଲା । ସେଥିପାଇଁ ସମସ୍ତ ଗ୍ରାମବାସୀ ଏକତ୍ରିତ ହୋଇ ଉକ୍ତ ଜମି କୁ ଚିହ୍ନଟ କରିବା ପାଇଁ ପ୍ରଥମେ ଆଲୋଚନା କରିବା ପରେ ଲିଖିତ ଆକାର ରେ ପ୍ରଶାସନ କୁ ଜଣାଇ ଥିଲେ।ନର୍ଲା ତହସିଲଦାର ଙ୍କ ନିର୍ଦ୍ଦେଶ କ୍ରମେ ରୁପ୍ରା ରାଜସ୍ବ ନିରୀକ୍ଷକ ଉକ୍ତ ଗାଁ କୁ ଯାଇ ଗ୍ରାମବାସୀ ଙ୍କ ସହଯୋଗ ରେ ସମସ୍ତ ଗୋଚର ଓ ଅନାବାଦୀ ଜମି କୁ ଚିହ୍ନଟ କରିଥିବା ଦେଖିବାକୁ ମିଳିଛି। ଗ୍ରାମବାସୀ ଙ୍କ ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରିବା ସହିତ ଅନ୍ୟ ଗାଁ ର ଲୋକଙ୍କ ପାଇଁ ଏକ ପ୍ରେରଣା ଯୋଗାଇବ ବୋଲି ଚର୍ଚ୍ଚା ହେଉଛି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User