ଚଚା, ସିଦ୍ଧି ବିନାୟକ ପୂଜା କମିଟିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

May 13, 2025 - 17:56
0 131
ଚଚା, ସିଦ୍ଧି ବିନାୟକ ପୂଜା କମିଟିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଝରିଗାଁ,୧୩l୫ (ଷ୍ଟାର ନିୟୁଜ ଓଡ଼ିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ଅନ୍ତର୍ଗତ ଚଚା ପଂଚାୟତ ସଦରର ସିଦ୍ଧି ବିନାୟକ ପୂଜା କମିଟିର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗତକାଲି (ତା 11/05/025)ଅନୁଷ୍ଠିତ ହୋଇଯାଇଛି |ଦଶ ବର୍ଷ ହେବ ଏହି ପୂଜା କମିଟିର ଉଦ୍ୟମରେ ଗ୍ରାମରେ ଗଣେଶ ପୂଜା, ଦଶହରା, ଚୈତ୍ରପର୍ବ ଭଳି ଅନେକ ପାରମ୍ପରିକ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଆସୁଛି |ଯେଉଁଥିପାଇଁ ଗ୍ରାମବାସୀଙ୍କ ଭିତରେ ଭାଇଚାରା ବଜାୟ ରହିବା ସହିତ ପରସ୍ପର ମଧ୍ୟରେ ପ୍ରେମ, ମୈତ୍ରୀ ଓ ଭାତୃଭାବ ବଞ୍ଚିରହିଛି |କମିଟି ତାର 10ବର୍ଷ ପୂର୍ତ୍ତି ଅବସରରେ କମିଟି ପକ୍ଷରୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ସୂଚନା ମିଳିଛି | ସିଦ୍ଧି ବିନାୟକ ପୂଜା କମିଟିର ସଭାପତି ଦୁର୍ଗା ପ୍ରସାଦ ମାଝୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ହିରଣ୍ୟ ହରିଜନ, ଲଛିମ ମାଝୀ, ନୀଳକଣ୍ଠ ହରିଜନ, ତ୍ରିନାଥ ଗୌଡ଼, ସୁନୀଲ ମାଝୀ, ବାବୁଲା ମାଝୀ, ସଦା ମାଝୀ, ଗୋକୁଳ ପାଇକ, ମନୋଜ ପାଇକ, ନିରଞ୍ଜନ ପୂଜାରୀ, ସତ୍ୟ ଗୌଡ଼ଙ୍କ ସମେତ କମିଟିର ସମସ୍ତ କର୍ମକର୍ତା ଉପସ୍ଥିତ ରହିଥିଲେ |କୋରାପୁଟିଆ ଟ୍ରାକ ମେଲୋଡି କମିଟି ପକ୍ଷରୁ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User