ଛାତ୍ରୀ ଙ୍କ ଭବିଷ୍ୟତ କୁ ନେଇ ଖେଳ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ।ନର୍ସିଙ୍ଗ କଲେଜ ପରିଚାଳକ ଙ୍କର ଦାଦାଗିରି।

Apr 27, 2025 - 14:17
 0  55
ଛାତ୍ରୀ ଙ୍କ ଭବିଷ୍ୟତ କୁ ନେଇ ଖେଳ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ।ନର୍ସିଙ୍ଗ କଲେଜ ପରିଚାଳକ ଙ୍କର ଦାଦାଗିରି।

ଭବାନୀପାଟଣା ,୨୭l୪(ଷ୍ଟାରନିଉଜ ଓଡିଶା): ସମସ୍ତ ବାପାମା ଏକ ମାତ୍ର ଆଶା ଓ ଅଭିଳାଷ ତାଙ୍କର ପୁଅଝିଅ ଶିକ୍ଷିତ ହେବା ସହ ଭଲ ମଣିଷ ଟିଏ ହେବ ଏବଂ ପରିବାର ନାମ ଅର୍ଜନ କରିବ। ଏଭଳି ଆଶା ରଖି ଟଙ୍କା ପଇସା ନ ଥିଲେ ମଧ୍ୟ ଧରା କରଜ କରି ଭଲ ସ୍କୁଲ ଓ କଲେଜ ମାନଂକରେ ନାମ ଲେଖାଇଥାନ୍ତି। ଶିକ୍ଷା ଗ୍ରହଣ କଲାପରେ ସେ କୌଣସି ଚାକିରୀ ଖଣ୍ଡେ ନ ପାଇଲେ ମଧ୍ୟ୍ୟ ସ୍ୱାବଲମ୍ବୀ ହେଇପାରିବ। କିନ୍ତୁ, ଅତ୍ୟନ୍ତ ଦୁଃଖଦ ଓ ପରୀତାପ ର ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ନିକଟସ୍ଥ ଉଦିତନାରାୟଣପୁର ନର୍ସିଙ୍ଗ କଲେଜରେ।କଲେଜ ର ସମସ୍ତ ପ୍ରକାର ବୈଧ ପଇଠ କରିଥିଲେ ମଧ୍ୟ ତାଙ୍କର ସହାୟକ ନର୍ସ ଏବଂ ମିଡ୍ ୱାଇଫ୍ ପ୍ରମାଣପତ୍ର ପ୍ରଦାନ ନ କରିବା ପାଇଁ କଳାହାଣ୍ଡି ନର୍ସିଂ ଏବଂ ଆଲାଏଡ୍ ସାଇନ୍ସେସ୍ କଲେଜ ବିରୁଦ୍ଧରେ ଉପ-ଅନୁମୋଦନ ବା ଅଭିଯୋଗ ଆଣିଥିଲେ ବ୍ୟାଚ୍ ୨୦୨୧-୨୨ ଏବଂ ୨୦୨୨-୨୩ ର କଲେଜର ଛାତ୍ରୀ କଳାହାଣ୍ଡି ନର୍ସିଂ ଏବଂ ଆଲାଏଡ୍ ସାଇନ୍ସେସ୍ କଲେଜ, ଉଦିତନାରାୟଣପୁର, ବର୍ଷ (୨୦୨୫) A.N.M. ପରୀକ୍ଷାରେ ଉତୀର୍ଣ୍ଣ କରିଥିଲେ ଏବଂ ୨୩.୪.୨୦୨୫ ରେ ତାଙ୍କର ମାର୍କ ସିଟ୍ ଏବଂ ପ୍ରମାଣପତ୍ର ପ୍ରଦାନ କରିବାକୁ ଅନୁରୋଧ କରି କଲେଜ ଅଧ୍ୟକ୍ଷ ଙ୍କୁ ଅନୁରୋଧ କରିଥିଲେ।କଲେଜ କର୍ମଚାରୀ ଶ୍ରୀଯୁକ୍ତ ଶୁଧାଂସୁ ସାହୁ ଯେହେତୁ ଆପଣମାନେ ଟ୍ୟୁସନ୍ ଫିସ୍ ଦେଇନାହାଁନ୍ତି, ତେଣୁ ଆପଣମାନଂକୁ କୌଣସି ପ୍ରମାଣପତ୍ର ଏବଂ ମାର୍କ ସିଟ୍ ପ୍ରଦାନ କରାଯାଇପାରିବ ନାହିଁ ବୋଲି ରୋକଠୋକ ମନା କରିଥିଲେ ଏବଂ ଛାତ୍ରୀମାନେ ଅନୁରୋଧ ପୂର୍ବକ ଆମେ ପୁରା ଫିସ୍ ପଇଠ କରିଛୁ , ଆଂଶିକ ଭାବରେ ପ୍ରବେଶ ସମୟରେ, ଫର୍ମ ପୂରଣ ସମୟରେ ଏବଂ ଅବଶିଷ୍ଟ ପ୍ରବେଶ କାର୍ଡ ପ୍ରଦାନ ସମୟରେ। କଲେଜ କୌଣସି ଛାତ୍ରଙ୍କୁ ପ୍ରବେଶ ପତ୍ର ପ୍ରଦାନ କରୁନଥିଲେ ଯେଉଁମାନେ ଟ୍ୟୁସନ୍ ଫିସ୍, ପରିବହନ ଫିସ୍, ହଷ୍ଟେଲ୍ ଫିସ୍ ଏବଂ ସାଂସ୍କୃତିକ ଫିସ୍ ଦେଇ ନାହାଁନ୍ତି। କଲେଜ କେବେବି ଆମ ଦ୍ୱାରା ଜମା ହୋଇଥିବା ଫିସ୍ ରସିଦ୍ ପ୍ରଦାନ କରିନଥିଲେ। ପ୍ରତ୍ୟେକ ଥର ଆମକୁ ରସିଦ୍ ପାଇବାର ନିଶ୍ଚିତ କରାଯାଏ କାରଣ ଟଙ୍କା ରସିଦ୍ ଜଗଦଲପୁରରେ ରଖାଯାଏ, ଯେଉଁଠାରେ ଆମର ନିର୍ଦ୍ଦେଶକ ଡକ୍ଟର ସୃତି ରଞ୍ଜନ ମିଶ୍ରଙ୍କ ଏକ ଫାର୍ମାସି କଲେଜ କରିଛନ୍ତି। ଆଉ କୌଣସି ପ୍ରକାର ଉପାୟ ନ ପାଇ, ଏନେଇ ଛାତ୍ରୀ ମାନେ କଳାହାଣ୍ଡି ଜିଲ୍ଲାପାଳ, କଲ୍ୟାଣ ଅଧିକାରୀ, ଭବାନୀପାଟଣା, କଳାହାଣ୍ଡି, ଆଇ.ଆଇ.ସି. ସଦର, ଭବାନୀପାଟଣା, କଳାହାଣ୍ଡି ଙ୍କୁ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ ଏବଂ ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ସମସ୍ତ ଛାତ୍ରୀ ଆଗାମୀ ଦିନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୂକ୍ତ ମୋହନ ଚରଣ ମାଝୀଙ୍କୁ ଅବଗତ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ବାଧ୍ୟ ହେବୁ। ଏହି ପରିସ୍ଥିତି ନ ଆସୁ, ସେଥିପ୍ରତି କଲେଜ କତୃପକ୍ଷ ଛାତ୍ରୀ ମାନଙ୍କ ପ୍ରମାଣ ପତ୍ର ଏବଂ ମାର୍କ ସିଟ ଅତିଶୀଘ୍ର ପ୍ରଦାନ କରିବାକୁ ଛାତ୍ରୀମାନେ ଅନୁରୋଧ କରିଛନ୍ତି।

କଳାହାଣ୍ଡି ରୁ ସୁଜୟ ନଙ୍ଗଳତି ଙ୍କ ରିପୋର୍ଟ ଷ୍ଟାରନିଉଜ ଓଡିଶା

What's Your Reaction?

like

dislike

love

funny

angry

sad

wow

SUJAYA EDITOR