ଜଳ ସେଚନ ପାଇଁ ରାସ୍ତା ଖୋଳି ପକାଯାଇଥିଲା ପାଇପ,ଲଗାଣ ବର୍ଷାରେ ତିନୋଟି ସ୍ଥାନରେ ରାସ୍ତା ଦବିଲା,ଘେରବନ୍ଦୀ ମଧ୍ୟରେ ବାଦିଗୁଡ଼ା ଗ୍ରାମବାସ।

ନନ୍ଦାହାଣ୍ଡି,୩l୭(ଷ୍ଟାର ନିୟୁଜ ଓଡିଶା):ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ପଂଚାୟତ ଅନ୍ତର୍ଗତ ବାଦିଗୁଡ଼ା ଗ୍ରାମବାସୀ ଘେରବନ୍ଦୀ ମଧ୍ୟରେ ରହିଛନ୍ତି । ଗତ ଏକ ସପ୍ତାହ ଧରି ଅଂଚଳରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ମେଣ୍ଟ୍ରି ଠାରୁ ବାଦିଗୁଡ଼ା ଯିବା ରାସ୍ତା ର ଗୋଟିଏ ସ୍ଥାନରେ ଏବଂ ବିକଳ୍ପ ରାସ୍ତା ଅଂଚଳ ଗୁମ୍ମା ଯିବା ରାସ୍ତା ର ଦୁଇଟି ସ୍ଥାନରେ ରାସ୍ତା ଦବି ଯାଇଥିବା କାରଣ ରୁ ବାଦୀଗୁଡ଼ା ଗ୍ରାମବାସୀ ଏକ ପ୍ରକାର ଘେରବନ୍ଦୀ ମଧ୍ୟରେ ରହିବାକୁ ବାଧ୍ୟ ହୋଇଛନ୍ତି । ସମ୍ପୃକ୍ତ ଗ୍ରାମବାସୀ ବାହାରକୁ ଯିବାପାଇଁ ହେଲେ କେବଳ ପାଦରେ ଚାଲି ଯିବା ହିଁ ସମ୍ଭବ ହେଉଥିବା ବେଳେ ଦୁଇ ଚକିଆ ଓ ଚାରି ଚକିଆ ଯାନବାହାନ ଚଳାଚଳ ଠପ ହୋଇଛି ।ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଓ ନନ୍ଦାହାଣ୍ଡି ବ୍ଲକ ର ୧୯ ହଜାର ହେକ୍ଟର ଜମିକୁ ଜଳସେଚନ ପାଇଁ ପାଇପ ପୋତା କାର୍ଯ୍ୟ ଆରମ୍ଭ ହୋଇଛି । ଏହି କାର୍ଯ୍ୟ କରବା ପାଇଁ ଏକ କମ୍ପାନୀ କୁ ଦାୟିତ୍ୱ ଦିଆଯାଇଛି । ତେବେ ସମ୍ପୃକ୍ତ କମ୍ପାନୀ ମନଇଚ୍ଛା କାର୍ଯ୍ୟ କରୁଥିବା ଯୋଗୁଁ ଆଜି ଏଭଳି ପରିସ୍ଥିତି ଉପୁଜିଛି । ପାଇପ ପୋତିବା ସକାଶେ ଚାଷୀଙ୍କ ଜମି ଏବଂ ରାସ୍ତା ଆଦି ସ୍ଥାନରେ ମାଟି ଖୋଳି ପାଇପ ବିଛାଯାଇଛି । ପାଇପ ପୋତିବା ପରେ ଚାଷ ଜମିରେ ଭାଇବ୍ରେଟି ମେସିନ ଦ୍ୱାରା ମାଟି କୁ ଦବେଇବା କଥା । ଅନ୍ୟପଟେ ରାସ୍ତା କ୍ରସିଂ କରି ପାଇପ ପକେଇଥିବା ସ୍ଥାନରେ ଭଲ ଭାବରେ କଂକ୍ରିଟ ଢାଳି ରାସ୍ତା ସମତୁଲ କରିବା ନିୟମ କୁ ଉଲଂଘନ କରାଯାଇଛି । ଅତି ହାଲୁକା ଭାବରେ ମାଟି ଢାଳି ଦେଇଥିବା ଦେଖିବାକୁ ମିଳିଛି । ଯାହାର ପରିମାଣ ଆଜି ଜନସାଧାରଣ ଙ୍କୁ ଭୋଗିବାକୁ ପଡ଼ୁଛି । ଲଗାଣ ବର୍ଷା ଯୋଗୁଁ ବାଦିଗୁଡ଼ା ଗ୍ରାମକୁ ଯିବା ପୂର୍ବରୁ ରାସ୍ତା ଖୋଳି ପାଇପ ପକା ଯାଇଥିବା ଗୋଟିଏ ସ୍ଥାନରେ ରାସ୍ତା ସମ୍ପୂର୍ଣ ଦବି ଯାଇଛି । ସେହିପରି ବାଦୀଗୁଡ଼ା ଗ୍ରାମ ପରେ ଯାହାକି ବିକଳ୍ପ ରାସ୍ତା ର ଦୁଇଟି ସ୍ଥାନରେ ମଧ୍ୟ ରାସ୍ତା ଦବି ଯାଇଛି । ଫଳରେ ବାଡ଼ିଗୁଡା ଗ୍ରାମବାସୀ ଏକ ପ୍ରକାର ବାହ୍ୟ ଜଗତ ରୁ ବିଛିନ୍ନ ହୋଇ ରହିଛନ୍ତି । ଦୁଇ ଚକିଆ ଓ ଚାରି ଚକିଆ ଜାନ ଚଳାଚଳ ସମ୍ପୂର୍ଣ ଠପ ହୋଇଯାଇଛି । ବାଦିଗୁଡା ଗ୍ରାମବାସୀ ଙ୍କୁ ବାହାର କୁ ଯିବାକୁ ହେଲେ କେବଳ ପାଦରେ ଚାଲି ଯିବାକୁ ପଡ଼ୁଛି । ବିଶେଷକରି ଅଂଚଳରେ ଲଗାଣ ବର୍ଷା ଲାଗି ରହିଥିବା ଏବଂ ତିନୋଟି ସ୍ଥାନରେ ରାସ୍ତା ଦବି ଗ୍ରାମଟି ବାହ୍ୟ ଜଗତ ରୁ ବିଛିନ୍ନ ହୋଇଥିବା ଯୋଗୁଁ ଡାକ୍ତରଖାନା ତଥା ଜରୁରୀକାଳୀନ ସ୍ଥିତିରେ ସମ୍ପୃକ୍ତ ଗ୍ରାମବାସୀ ଙ୍କୁ ବହୁ ଅସୁବିଧର ସମ୍ମୁଖୀନ ହେବାକୁ ପଡ଼ୁଛି । ଏଣୁ ଯୁଦ୍ଧକାଳୀନ ଭିତିରେ ରାସ୍ତା ଅବସ୍ଥା ସ୍ୱାଭାବିକ କରି ଜନସାଧାରଣ ଙ୍କୁ ସେବା ଯୋଗେଇବା ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ |
What's Your Reaction?






