ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଜାତୀୟ ଆଇନସେବା ଦିବସ ପାଳିତ।

Nov 10, 2025 - 18:10
0 104
ଜିଲ୍ଲା ଆଇନସେବା ପ୍ରାଧିକରଣ ଫୁଲବାଣୀ ଦ୍ବାରା ଜାତୀୟ ଆଇନସେବା ଦିବସ ପାଳିତ।

ଫୁଲବାଣୀ,୧୦l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ପି ଏ ମ ଶ୍ରି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପକନା ଗାଁ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକାରଣ କନ୍ଧମାଳ ଦ୍ୱାରା "ନାସନାଲ ଲିଗାଲ ସର୍ଭିସ ଡେ " ପାଳିତ ହୋଇ ଯାଇଛି। ଜାତୀୟ ଆଇନ ସେବା ଦିନ ଅବସରରେ ପ୍ରତ୍ୟେକ ମହିଳା ଠାରୁ ଆରମ୍ଭ କରି ନିର୍ଯ୍ୟାତିତ ବର୍ଗ ର ଲୋକମାନେ କିପରି ଆଇନ ସେବା ପାଇବେ ସେ ବିଷୟରେ ସଭାରେ ଆଲୋକପାତ କରାଯାଇଥିଲା. ଶିଶୁ ଶ୍ରମିକ, ବାଲ୍ୟ ବିବାହ,ପୋକ୍ସୋ ଆକ୍ଟ ତଥା ଦରିଦ୍ରମାନଙ୍କୁ କିପରି ମୁଖ୍ୟ ସ୍ରୋତରେ ସାମିଲ କରାଯିବ ଓ ନିଃସହାୟ ପରିବାର ସରକାରୀ ଯୋଜନା ରୁ କିଭଳି ବାଦ ନ ପଡିବେ ସେ ବିଷୟରେ ମଧ୍ୟ ଆଲୋକପାତ କରାଯାଇଥିଲା,ସଭିଏଁ ପଢିବା ସଭିଏଁ ବଢିବା କୁ ଗୁରୁତ୍ୱ ଦେଇଥିଲେ, ନିଜେ ବୁଝିଲେ ସମସ୍ତଙ୍କୁ ବୁଝାଇବା।

ଉକ୍ତ ସଭାରେ ସ୍ଵତନ୍ତ୍ର ଭିଜିଲାନ୍ସ ବିଚାରପତି ଶ୍ରୀଯୁକ୍ତ ରାଜେଶ ଦାଶ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଶ୍ରୀଯୁକ୍ତ ଦୋଳଗୋବିନ୍ଦ ବାରିକ, ପୋକ୍ସୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ମନୋରଞ୍ଜନ ଦାଶ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ଶ୍ରୀଯୁକ୍ତ ରମାକାନ୍ତ ମହାନ୍ତି, ଜେ.ଏମ୍.ଏଫ.ସି ଶ୍ରୀଯୁକ୍ତ ବଦ୍ରିନାଥ ବିଶ୍ବାଳ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ସନ୍ତୋଷ କୁମାର ପାଢୀ, ପବ୍ଲିକ ପ୍ରୋଷିକ୍ୟୁଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହରିତସ୍ୟ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ଶ୍ରୀଯୁକ୍ତ ଜୟନ୍ତ କୁମାର ମହାନ୍ତି, ଡି.ଏସ.ପି ଶ୍ରୀଯୁକ୍ତ ବିପିନ ବିହାରୀ ମେହେର, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ପକନାଗାଁର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ଟୋପନୋ, ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀବୃନ୍ଦ, ପାରା ଲିଗାଲ ସ୍ଵେଚ୍ଛାସେବି ଯୋଗ ଦେଇଥିଲେ ।

 

ଏହି ସଚେତନତା ଶିବିରରେ ସମାଜର ସବୁ ବର୍ଗର ଲୋକଙ୍କ ନିକଟରେ ନ୍ୟାୟ ପହଞ୍ଚିବାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା, ଏହା ସହିତ ଆଇନ ସେବା ପ୍ରାଧିକରଣ ଅଧିନିୟମ, ଲୋକ ଅଦାଲତ, ମଧ୍ୟସ୍ଥତା, ସ୍ଥାୟୀ ଲୋକ ଅଦାଲତ ଏବଂ ନ୍ୟାୟ ସଂଯୋଗ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆଇନ ସେବା ପାଇବା ପାଇଁ ଉପଲବ୍ଧ ଥିବା ନାଲସା ହେଲ୍ପଲାଇନ ନମ୍ବର ୧୫୧୦୦ ଓ ନାଲସା ପୋର୍ଟାଲ ସମ୍ପର୍କିତ ସୂଚନା ପତ୍ର ଉପସ୍ଥିତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀବୃନ୍ଦଙ୍କୁ ଦିଆଯାଇଥିଲା ।ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀ ରାମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ ଅବସରପ୍ରାପ୍ତ ଶିକ୍ଷକ ତଥା ପାରା ଲିଗାଲ ସ୍ଵେଚ୍ଛାସେବି ଶ୍ରୀଯୁକ୍ତ ଦେବୀପ୍ରସାଦ ଶତପଥୀ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User