ଜିଲ୍ଲା ସ୍ତରୀୟ ବିଶ୍ଵ ମୂର୍ତ୍ତିକା ଦିବସ 2025 ସ୍ଵସ୍ଥ ସହର ପାଇଁ ସ୍ଵସ୍ଥ ମୂର୍ତ୍ତୀକା

Dec 07, 2025 - 06:56
0 26
ଜିଲ୍ଲା ସ୍ତରୀୟ ବିଶ୍ଵ ମୂର୍ତ୍ତିକା ଦିବସ 2025  ସ୍ଵସ୍ଥ ସହର ପାଇଁ ସ୍ଵସ୍ଥ ମୂର୍ତ୍ତୀକା

ଭବାନୀପାଟଣା ତା. ୬/୧୨( ଷ୍ଟାର ନିୟୁଜ ଓଡିଶା ) RRTTS ତାଲିମ୍ ଗୃହରେ ଜିଲ୍ଲାସ୍ତରୀୟ ବିଶ୍ଵ ମୂର୍ତ୍ତିକା ଦିବସ ପାଳନ କରାଯାଇଥିଲା l ସ୍ଵସ୍ଥ ସହର ପାଇଁ ସ୍ଵସ୍ଥ ମୂର୍ତ୍ତିକା ସହ ମୂର୍ତ୍ତିକା ର ସ୍ୱାସ୍ଥ୍ୟ ପରିଚାଳନା ଆଲୋଚ୍ୟ ବିଷୟ ଥିଲା l ଏହି ସଭାରେ ସ୍ୱାଗତ୍ ଅଭିଭାଷଣ ଅତିତିକ୍ତ କୃଷି ନିର୍ଦ୍ଦେଶକ ମୂର୍ତ୍ତିକା ରସାୟନବିତ୍ କଳାହାଣ୍ଡି ଶ୍ରୀ ସୁଶୀଲ କୁମାର ସେଠୀ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଦୟାମୟ ପାଢୀ, ସି ଡି ଓ CUM EO ଜିଲ୍ଲା ପରିଷଦ କଳାହାଣ୍ଡି, ଏବଂ ସମ୍ମାନିତ ଅତିଥି ଭାବରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ତଥା DNO, କଳାହାଣ୍ଡି, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, କଳାହାଣ୍ଡି , ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ କଳାହାଣ୍ଡି, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ଛାୟା କଳାହାଣ୍ଡି, ADR, RRTTS କଳାହାଣ୍ଡି,  ଡିନ କୃଷି ମହାବିଦ୍ୟାଳୟ କଳାହାଣ୍ଡି, ଜିଲ୍ଲା ମତ୍ସ୍ୟ ଅଧିକାରୀ, କଳାହାଣ୍ଡି, DIC CUM NODAL OFFICER CDVO, କଳାହାଣ୍ଡି, ମୂର୍ତ୍ତିକା ବିଶେଷଜ୍ଞ କୃଷି ବିଜ୍ଞାନ କେନ୍ଦ୍ର କଳାହାଣ୍ଡି, ସଚ୍ଚି ମହାକୁଡ, ଚେୟାରମ୍ଯାନ, FIAC, ଭବାନୀପାଟଣା,  କୃଷି ଜିଲ୍ଲା ଅଧିକାରୀ, ଜୁନାଗଡ, ଆଜି ଉପସ୍ଥିତ ରହିଥିଲେ l ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା l ଏବଂ ଭଲ କାର୍ଯ୍ୟ ଦକ୍ଷତା ନିମନ୍ତେ ସହକାରୀ କୃଷି ଅଧିକାରୀ କଲମପୁର ବ୍ଲକ ଶ୍ରୀଯୁକ୍ତ ଅଜୟ କୁମାର ବେମାଲ ଏବଂ ତିଳୋତ୍ତମା ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ଙ୍କୁ ସମ୍ମାନିତ କରାଯାଇଥିଲା l ଶ୍ରୀମତୀ ସୁନିତା ସରମା ଉଦ୍ ଘୋଷିକା ହିସାବରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ l ଶେଷରେ ଶ୍ରୀ ସୁଶୀଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରି ସଭା କାର୍ଯ୍ୟ ସମାପନ କରିଥିଲେ 

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User