ଜିଲ୍ଲା ସ୍ତରୀୟ ମେଗା ବୃକ୍ଷ ରୋପଣ ବନ ମହୋତ୍ସବ ,ଏକ ପେଡ ମାଁ କେ ନାମ ବୃକ୍ଷ ରୋପଣ କରାଯାଇଅଛି।

Jul 22, 2025 - 13:33
 0  9
ଜିଲ୍ଲା ସ୍ତରୀୟ ମେଗା ବୃକ୍ଷ ରୋପଣ ବନ ମହୋତ୍ସବ ,ଏକ ପେଡ ମାଁ କେ ନାମ ବୃକ୍ଷ ରୋପଣ କରାଯାଇଅଛି।

ଳାହାଣ୍ଡି ଜିଲ୍ଲା. 21.07.(ଷ୍ଟାର ନିୟୁଜ ଓଡିଶା ).ଲାଞ୍ଜିଗଡ଼ ସ୍ଥିତ ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ, ବିଶ୍ଵନାଥ ପୁର ବିଦ୍ୟାଳୟ ପରିସରରେ ମେଗା ବୃକ୍ଷ ରୋପଣ ପାଲିତ ହୋଇଯାଇଛି। ‘ଏକ ପେଡ ମା’ କେ ନାମ’, ମା ଙ୍କ ପାଇଁ ଗଛ ଟିଏ ଲଗେଇବା ଆଉ ଯତ୍ନବାନ୍ ହେବା l  |  ଅତିଥି ମାନେ ନିଜ ମା ଙ୍କ ନାମ ରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ  | ପରିବେଶ ସୁରକ୍ଷା ପାଇଁ ଏକମାତ୍ର ଅସ୍ତ୍ର ବୃକ୍ଷରୋପଣ। ପରିବେଶ ଯେଉଁ ଭଳି ଭାବରେ ଦୂଷିତ ହେଉଛି , ବୃକ୍ଷରୋପଣ ଦ୍ବାରା ହିଁ ଆମେ ସୁରକ୍ଷା ଦେଇପାରିବା l ଗଛ ଦ୍ଵାରା ଗୋଟିଏ ମୂଲ୍ୟବାନ ଜୀବନ ବଞ୍ଚେଇ ପାରିବ I ଗୋଟିଏ ଗଛ ବହୁ ଜୀବନ I ବହୁ ମାତ୍ରାରେ ଅକ୍ସିଜେନ ମିଳିପାରିବ I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ , ସମ୍ମାନୀୟ ଅତିଥି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ,(ପ୍ରବେଶ ନ) ଅନୀମେସ ପ୍ରଧାନ, ଉପଜିଲ୍ଲାପାଳ ଭବାନିପାଟଣା ପ୍ରଭାତ କୁମାର ପରିଡ଼ା, ଓମ୍ ପ୍ରକାଶ ଦାଶ, acf ଦକ୍ଷିଣ ଡିଭିଜନ, ଶଶାଙ୍କ ପାତ୍ର, ବିଡିଓ, ଲାଞ୍ଜିଗଡ଼, ରଞ୍ଜନ କୁମାର ନାଏକ, କଳାହାଣ୍ଡି ସୁପରିଣ୍ଟେଣ୍ଡେଣ୍ଟ ଅବକାରୀ ବିଭାଗ, ରାଧାକାନ୍ତ ଛତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ରୁଷିଆ ମେହେର, ବ୍ଲକ ଶିକ୍ଷା ଅଧିକାରୀ, ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସଂସ୍କୃତି ଅଧିକାରୀ, ନରୋତ୍ତମ ମାଝୀ, ରେଞ୍ଜର ବିଶ୍ଵନାଥପୁର, ରୂପସିଂ ରାଉତ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, କଳାହାଣ୍ଡି, ଶ୍ରୀମତୀ ସୁଜାତା ସ୍ଵାଇଁ, ପ୍ରଧାନ ଶିକ୍ଷକ ସରକାରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ବିଶ୍ଵନାଥପୁର, ଏବଂ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ, ସ୍ତାନୀୟ ବାସିନ୍ଦା, ଜନସାଧାରଣ ଉପସ୍ଥିତ  ଥିଲେ I
 
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow