ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସଫେଇ ଅଭିଯାନ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ବାନ

Jul 22, 2025 - 11:35
Updated: 1 year ago
0 28

ବିଶ୍ବବିଦ୍ୟାଳୟ କ୍ୟାମ୍ପସ ସଫେଇ ଅଭିଯାନ
ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ବାନ 

ଭବାନୀପାଟଣା,୨୧/୭:-(ଷ୍ଟାରନିୟୁଜ ଓଡିଶା )ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା କ୍ୟାମ୍ପସ ସଫେଇ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ‌। ଛାତ୍ର ନେତା ଚୈତନ୍ୟ ବାଗଙ୍କ ନେତୃତ୍ବରେ ବିଶ୍ବବିଦ୍ୟାଳୟ କ୍ୟାଣ୍ଟିନ ପାର୍ଶ୍ଵରେ ଥିବା ଅଳିଆ ଆବର୍ଜ୍ଜନାକୁ ସଫା କରାଯାଇଛି । ପ୍ରତି ସପ୍ତାହରେ ବିଶ୍ବବିଦ୍ୟାଳୟର ବିଭିନ୍ନ ସ୍ଥାନ, ହଷ୍ଟେଲ ଓ ମୁଖ୍ୟ ଫାଟକ ନିକଟକୁ ସଫା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବିଶ୍ବବିଦ୍ୟାଳୟକୁ ତମାଖୁ ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରହିବ ବୋଲି ଛାତ୍ର ନେତା ମାନେ କହିଛନ୍ତି।  ଏହି କାର୍ଯ୍ୟକ୍ରମରେ ଛାତ୍ର ନେତା ଚୈତନ୍ୟ ବାଗ, ମାନସ ରଞ୍ଜନ ସିନ୍ଦୂର, ଆଶୁତୋଷ ପୁଜାରୀ, ଅଂଶୁମାନ ନାଗ, ରୋହନ ମହାପାତ୍ର, ସୁରଜ ହରପାଲ, କୈଳାସ ଚନ୍ଦନ, ଆଦିତ୍ୟ ରାଉତ, ସୁମିତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର ସଂସଦ ସଭାପତି ଅବିନାଶ ଠାକୁର ଓ ମ୍ୟୁନିସିପାଲଟି ଓ୍ବାର୍ଡ ନଂ ୨ ର କାଉନସିଲର ଉତ୍ପଳ ଦାସ ସହଯୋଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଶ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ ଷ୍ଟାରନିୟୁଜ ଓଡିଶା

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User