ଟ୍ରେନିଂ ନାଁରେ ଚାଲିଛି ମନମାନି, ପ୍ରଶ୍ନ ପଚାରିବାରୁ ଗଣମାଧ୍ୟମ ଆଗରୁ ଦୌଡ଼ି ପଳାଇଲେ ସିଡ଼ିପିଓ ମେଡମ୍‌!

May 22, 2026 - 18:26
0 22
ଟ୍ରେନିଂ ନାଁରେ ଚାଲିଛି ମନମାନି, ପ୍ରଶ୍ନ ପଚାରିବାରୁ ଗଣମାଧ୍ୟମ ଆଗରୁ ଦୌଡ଼ି ପଳାଇଲେ ସିଡ଼ିପିଓ ମେଡମ୍‌!

କଳାହାଣ୍ଡି ଜିଲ୍ଲା ତା. ୨୨l୦୫( ଷ୍ଟାର ନିୟୁଜ ଓଡିଶା )ଜୟପାଟଣା ବ୍ଲକରୁ ଆସିଛି ଏକ ବଡ଼ ଖବର। ସରକାରୀ ଅର୍ଥର ବାଟମାରଣା ଏବଂ ମନମାନିର ଚରମ ସୀମା ପାର୍ କରିଛନ୍ତି ଜୟପାଟଣା CDPO ରତ୍ନାବତୀ ବେହେରା। ଅଙ୍ଗନୱାଡି କର୍ମୀମାନଙ୍କୁ ଦକ୍ଷ କରିବା ପାଇଁ ଆୟୋଜିତ ତିନି ଦିନିଆ ଟ୍ରେନିଂ ଏବେ ବିବାଦ ଘେରରେ।

ଆରୋପ ଲାଗିଛି ଯେ, ଟ୍ରେନିଂ ନାଁରେ କେତେ ଟଙ୍କା ଆସୁଛି ଏବଂ କେଉଁ ବାବଦରେ ଖର୍ଚ୍ଚ ହେଉଛି, ତାହା ସମ୍ପୂର୍ଣ୍ଣ ଗୋପନ ରଖାଯାଇଛି। ତିନି ଦିନ ଧରି ଚାଲିଥିବା ଏହି ଶିବିରରେ ଅଙ୍ଗନୱାଡି ମା’ମାନଙ୍କୁ କୌଣସି ପ୍ରକାରର ଉପଯୁକ୍ତ ଶିକ୍ଷା ଦିଆଯାଉ ନଥିବା ବେଳେ, ଏହା କେବଳ ନାମକୁ ମାତ୍ର ଟ୍ରେନିଂରେ ସୀମିତ ରହିଛି। ଯାହାକୁ ନେଇ ଅଙ୍ଗନୱାଡି କର୍ମୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଯେତେବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅନିୟମିତତା ବିଷୟରେ ସିଡ଼ିପିଓ ରତ୍ନାବତୀ ବେହେରାଙ୍କୁ ପ୍ରଶ୍ନ କରିଥିଲେ, ସେତେବେଳେ ମେଡମ୍ ଉତ୍ତର ଦେବା ବଦଳରେ ‘ତୁ ତୁ ମେ ମେ’ ହୋଇଥିଲେ। ଶେଷରେ "ମୋର ଭିସି (VC) ଅଛି" ବୋଲି ବାହାନା ଦେଖାଇ ଟ୍ରେନିଂ ସେଣ୍ଟର ଛାଡ଼ି ତରବର ହୋଇ ପଳାଇଯାଇଥିଲେ। ସିଡ଼ିପିଓଙ୍କ ଏଭଳି ଆଚରଣ ସନ୍ଦେହକୁ ଆହୁରି ଦ୍ୱିଗୁଣିତ କରିଛି।


ଜୟପାଟଣା ସିଡ଼ିପିଓଙ୍କ ବିରୋଧରେ କେବଳ ଟ୍ରେନିଂ ନୁହେଁ, ବରଂ ଅନେକ କଳା ସାମ୍ରାଜ୍ୟର ଗୁମର ଲୁଚି ରହିଥିବା ଚର୍ଚ୍ଚା ହେଉଛି:
 * *ଛତୁଆ ବଣ୍ଟନରେ ଅନିୟମିତତା*
 * *ଫୋଲିକ୍ ଏସିଡ୍ ବାଟିକା ଯୋଗାଣରେ ବାଟମାରଣା*
 * ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କାର ଦୁର୍ବ୍ୟବହାର କରି ନିଜ ପକେଟ୍ ଗରମ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ଆସିଛି।

"ସରକାର ଗରିବ ଶିଶୁ ଓ ମହିଳାଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ, ଜୟପାଟଣା ସିଡ଼ିପିଓଙ୍କ ଭଳି ଅଧିକାରୀ ସେସବୁକୁ ହରିଲୁଟ୍ କରୁଥିବା ଅଭିଯୋଗ ହେଉଛି। ଏହି ଖବର ପ୍ରସାରଣ ପରେ ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଏବଂ ଉପରିସ୍ଥ ଅଧିକାରୀ ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କେବେ ଏବଂ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User