ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

Aug 15, 2026 - 20:34
0 8
ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଲାଞ୍ଜିଗଡ଼, ୧୫/୮ (ଷ୍ଟାର ନିୟୁଜ ଓଡ଼ିଶା): କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକସ୍ଥିତ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟ ପରିସରରେ ଶନିବାର ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ସହ ପାଳିତ ହୋଇଯାଇଛି।
ଏହି ଅବସରରେ ବେଦାନ୍ତ ଗ୍ରୁପ୍‌ର ସିଇଓ ପ୍ରଣବ କୁମାର ଭଟ୍ଟାଚାର୍ଯ୍ୟ, ସିଏଫ୍‌ଓ ପୀୟୁଷ ଲୁନାୱତ୍ ଏବଂ ସିଓଓ ବୀରେନ୍ଦ୍ର ସିଂହ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସର୍ବେଶ୍ୱର ଭୁଜବଳଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମେ ଅତିଥିମାନଙ୍କୁ ସ୍ୱାଗତ କରାଯିବା ପରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।
ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଶପଥ ପାଠ, ଗାର୍ଡ ଅଫ୍ ଅନର ଓ ମାର୍ଚ୍ଚପାଷ୍ଟ ପ୍ରଦର୍ଶିତ ହୋଇଥିଲା। ଏହାପରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମନୋରଞ୍ଜନଧର୍ମୀ, ସାଂସ୍କୃତିକ ଓ ଦେଶଭକ୍ତିମୂଳକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ନୃତ୍ୟ, ହିନ୍ଦୀ କବିତା ପାଠ, ପିରାମିଡ୍ ପ୍ରଦର୍ଶନ, ସମୂହ ସଙ୍ଗୀତ ଓ ଇଂରାଜୀ ଭାଷଣ ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିଥିଲା।
ଏହି ଅବସରରେ ପ୍ରଧାନଶିକ୍ଷକ ସର୍ବେଶ୍ୱର ଭୁଜବଳଙ୍କ ସମେତ ବିଦ୍ୟାଳୟର ବରିଷ୍ଠ ଅଧିକାରୀମାନେ ଛାତ୍ରଛାତ୍ରୀଙ୍କୁ ଦେଶପ୍ରେମ, ଶିକ୍ଷା, ଶୃଙ୍ଖଳା ଓ ଦେଶ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ। ମାର୍ଚ୍ଚପାଷ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ହାଉସ୍‌ର ନାମ ମଧ୍ୟ ଘୋଷଣା କରାଯାଇଥିଲା।
ଶେଷରେ ଧନ୍ୟବାଦ ଅର୍ପଣ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା। ଏହି ଭବ୍ୟ ଆୟୋଜନ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଏକତା, ଶୃଙ୍ଖଳା ଓ ଦାୟିତ୍ୱବୋଧର ଭାବନାକୁ ଆହୁରି ଦୃଢ଼ କରିଥିଲା।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି
ବିଷ୍ଣୁ ଚରଣ ସ୍ୱାଇଁଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User