ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର

Feb 12, 2026 - 07:02
0 19
ଦୁଲକିବନ୍ଧ ଠାରେ ହାଇଓ୍ବା ଧକ୍କାରେ ଦୁଇ ବାଇକ୍ ଆରୋହୀ ମୃତ ଜଣେ ଗୁରୁତର

ଗୋଲାମୁଣ୍ଡା ୧୧/୦୨ ( ଷ୍ଟାର ନିୟୁଜ ଓଡିଶା )ବ୍ଲକ ସଭା ଗୃହ ଠାରେ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଙ୍କ ସମୀକ୍ଷା ବୈଠକ ରେ ଅଞ୍ଚଳବାସୀ ଙ୍କ ବିଭିନ୍ନ ସମସ୍ୟା ନେଇ ବିରୋଧ କରିଥିବା ଘଟଣା କୁ ନେଇ ଗତ ସୋମବାର ଦିନ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ଙ୍କ ବିରୁଦ୍ଧରେ ତଦନ୍ତ କରିବା ପାଇଁ କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା କଳାହାଣ୍ଡି ଜିଲ୍ଲାପାଳ ଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିବା ଘଟଣା ଏବେ ନୂଆମୋଡ଼ ନେଇଛି, ଉକ୍ତ ଦାବିପତ୍ର ରେ ଅସାମାଜିକ ଓ ମଦ୍ୟପ ଶବ୍ଦ ବ୍ୟବହାର କରିଥିବାରୁ ଆମେ ଆଦିବାସୀ ବିସ୍ଥାପିତ ପରିବାର ଓ ଆମେ ଆମର ସମସ୍ୟା ଆମେ ନିର୍ବାଚିତ କରିଥିବା ବିଧାୟକ ଙ୍କୁ ଜଣେଇ ଥିବାରୁ ଆମକୁ ଜୁନାଗଡ଼ ବିଧାୟକ ଙ୍କ ଇଙ୍ଗିତ ରେ କଳାହାଣ୍ଡି ବିଜୁ ଯୁବ ଜନତା ଦଳ ଆମକୁ ଅପମାନ କରିଛନ୍ତି, ତେଣୁ ଯୁବ ବିଜୁ ଜନତା ଦଳ ଓ ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ଆମକୁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଉଦେଶ୍ୟରେ ଦେଇଥିବା ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି, ଯଦି କ୍ଷମା ନ ମାଗନ୍ତି ତେବେ ରାଜ ରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି ଦାବିପତ୍ର ରେ ଅଛି,
ଏମଏସଏମଇ ପାର୍କ ପାଇଁ ଅଧିଗ୍ରହଣ ହୋଇଥିବା ଜମି ପାଇଁ ଲଢେଇ କରୁଥିବା ପରିବାର କୁ ଗତ ସାଧାରଣ ନିର୍ବାଚନ ସମୟରେ ମୋତେ ଭୋଟ ଦିଅନ୍ତୁ ଓ ମୁ ଜିତିଲେ ପ୍ରତି ପରିବାର ର ସଦସ୍ୟ ଙ୍କୁ ଚାକିରୀ ଦେବି ବୋଲି ବିଧାୟକ ପ୍ରତିଶୃତି ଦେଇଥିଲେ ଓ ଆଜି ପର୍ଯ୍ୟନ୍ତ କିଛି ପଦକ୍ଷେପ ନ ନେବାରୁ ଦେଇଥିବା ପ୍ରତିଶୃତି କୁ ଏକ ମାସ ମଧ୍ୟରେ ପୂରଣ ନ କଲେ ବିଧାୟକ ଙ୍କ ବାସ ଭବନ ସାମ୍ନା ରେ ଧାରଣା ରେ ବସିବୁ ବୋଲି କହିଛନ୍ତି,
ଅନ୍ୟ ପକ୍ଷ ରେ ନିର୍ବାଚନ ସମୟରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନକଟିକାନି ପଞ୍ଚାୟତ କୁ ଲକ୍ଷ୍ମୀ ବସ ର ସଂଯୋଗୀକରଣ ଓ ପୋଲ,ରାସ୍ତା ନିର୍ମାଣ କରିବାର ପ୍ରତିଶୃତି ପାଳନ ନ କରିବାରୁ ସେମାନେ ମଧ୍ୟ ଶ୍ରୀ ମିଶ୍ର ଙ୍କ ବାସ ଭବନ ରେ ଧାରଣା ଦେବାକୁ କହିଛନ୍ତି,
ଆମେ ଆମର ଦାବି ବିଧାୟକ ଶ୍ରୀ ମିଶ୍ର ଙ୍କୁ ଜଣେଇଲେ କାହିଁକି ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ଙ୍କ ବିରୁଦ୍ଧରେ ଯାଉଛନ୍ତି ବୋଲି ଦାବିପତ୍ର ରେ ଉଲ୍ଲେଖ ଅଛି,

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User