ନୁଆଁପଦର ମଣ୍ଡଳ ବିଜେପି ସଭାପତିଙ୍କ ଵଦାନ୍ୟତା । କର୍କଟ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ଚର୍ଚ୍ଚାରେ ବିଜେପି ମଣ୍ଡଳ ସଭାପତି ।

Oct 09, 2025 - 10:02
0 24
ନୁଆଁପଦର ମଣ୍ଡଳ ବିଜେପି ସଭାପତିଙ୍କ ଵଦାନ୍ୟତା । କର୍କଟ ରୋଗୀଙ୍କୁ ସାହାଯ୍ୟର ହାତ ବଢ଼େଇ ଚର୍ଚ୍ଚାରେ ବିଜେପି ମଣ୍ଡଳ ସଭାପତି ।

ଫିରିଙ୍ଗିଆ,୯l୨୦ (ଷ୍ଟାର ନିୟୁଜ): ଜଣେ ଅସହାୟ, ନିରୁପାୟ ଓ ଅବହେଳିତ କର୍କଟ ରୋଗୀଙ୍କୁ ସହାୟତାର ହାତ ବଢ଼େଇ ବର୍ତମାନ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ସୁମରବନ୍ଧ ପଂଚାୟତ ସଦର ମହକୁମା ତଥା ବିଜେପି ମଣ୍ଡଳ ସଭାପତି ଦେବେଶ୍ୱର ଦୀପ । ପ୍ରକାଶ ଥାଉକି ସୁମର ବନ୍ଧ ପଂଚାୟତ ସଦର ମହକୁମାର ବିଧବା ମହିଳା ସବିତା କହଁର ୪ ମାସ ତଳେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବହୁ ଦୁଃଖ କଷ୍ଟରେ ଦିନ କାଟୁଥିଲେ । ସ୍ୱାମୀ ମୃତ୍ୟୁ ପରେ ଚାରିଛୁଆଙ୍କ ପାଇଁ ଦୁଇ ଓଳି ପାଇଁ ଦାନା ଯୋଗେଇବା, ଘର ଚଳଣି ସାମଗ୍ରୀ ଖୋଜାଖୋଜି କରିବା ସାଙ୍ଗକୁ ଚାରି ଛୁଆ ଙ୍କ ପାଠପଢା ଖର୍ଚ୍ଚ ସବିତା ଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ହୋଇ ପଡିଛି । ସେ ଯେମିତି ସେମିତି କୁଲି ମଜୁରୀ ଓ ମଗାଜଚା କରି ପରିବାରର ପାଞ୍ଚ ପ୍ରାଣୀଙ୍କ ପାଇଁ ଦାନା ଯୋଗାଡ଼ କରି ଆସୁଥିଲେ । ହେଲେ ଯେବେଠୁଁ କର୍କଟ ରୋଗରେ ଆକ୍ରାନ୍ତ ହେଲେ ସେବେଠୁ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ଦୋହଲି ଯାଇଥିଲା ।ଗଣମାଧ୍ୟମରେ ଏହି ଖବର ଟି ପ୍ରସାରଣ ହେବା ପରେ ସ୍ଥାନୀୟ ବିଜେପି ମଣ୍ଡଳ ସଭାପତି ଦେବେଶ୍ଵର ଦୀପ ତାଙ୍କ ପାଖରେ ପହଂଚି ତାଙ୍କ ଭଲମନ୍ଦ ବୁଝିବା ସହିତ ତାଙ୍କୁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ କରିଥିଲେ । ଗତକାଲି ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ ସବିତାଙ୍କୁ ପ୍ରଥମେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ ଫୁଲବାଣୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଫୁଲବାଣୀରୁ କଟକ ସ୍ଥିତ ହରିହର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ନିଜେ ମଣ୍ଡଳ ସଭାପତି ସୁମରବନ୍ଧରୁ ଫିରିଙ୍ଗିଆ ଓ ଫିରିଙ୍ଗିଆ ରୁ ଫୁଲବାଣୀ ମେଡିକାଲ ପର୍ଯ୍ୟନ୍ତ ପୀଡିତାଙ୍କ ସହିତ ଯାଇଥିଲେ ଓ ସେଠାରୁ ପୀଡିତାଙ୍କୁ କଟକ ମେଡିକାଲ ପଠେଇବାର ସମସ୍ତ ବ୍ୟବସ୍ଥା କରିବା ସହିତ କିଛି ବାଟ ଖର୍ଚ୍ଚ ୫୦୦୦ ଟଙ୍କା ଦେଇ ନିଜ ଘରକୁ ଫେରିଥିଲେ । ମଣ୍ଡଳ ସଭାପତିଙ୍କ ଏଭଳି ମହତ କାର୍ଯ୍ୟ ଅଞ୍ଚଳରେ ବେସ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଏହା ସମାଜ ପାଇଁ ଏକ ପ୍ରେରଣା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User