ପିତାମାତା ସହଭାଗିତା ତଥା ଭଗବାନ ବିର୍ଷାମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ।

Nov 15, 2025 - 15:53
0 65
ପିତାମାତା ସହଭାଗିତା ତଥା ଭଗବାନ ବିର୍ଷାମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳିତ ।

ଫିରିଙ୍ଗିଆ,୧୫l୧୧(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା଼ଗାଁ ପଞ୍ଚାୟତ ସଦର ମହକୁମା ଅନ୍ତର୍ଗତ ଟେଲାପାଲି ଉଚ୍ଚ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ଠାରେ ଆଜି ଭଗବାନ ବିର୍ଷାମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ତଥା ପିତାମାତା ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଫିରିଙ୍ଗିଆ ବିଧାୟକ ପ୍ରତିନିଧି ପ୍ରଶାନ୍ତ କମ୍ପ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାମଚନ୍ଦ୍ର ମଲ୍ଲିକ, କ୍ଲଷ୍ଟର ର ସିଆର ସିସି ଦିଲୀପ କୁମାର ପାଣିଗ୍ରାହୀ, ସ୍କୁଲ ସଭାପତି ଲଳିତା କହଁର, ୱାର୍ଡ ସଭ୍ୟ ହରିଶ୍ଚନ୍ଦ୍ର କହର,ପୂର୍ବତନ ସ୍କୁଲ ସଭାପତି ବଡନା କହଁର, ସମାଜ ସେବୀ ବିଶ୍ଵାମିତ୍ର କହଁର ପ୍ରମୁଖ ମଞ୍ଚାସିନ ରହିଥିଲେ ।କାର୍ଯ୍ୟକ୍ରମର ମୁଖ୍ୟ ବକ୍ତା ଭାବେ ସୀତାରାମ କହଁର ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଭାବିକା ମାନେ ମଧ୍ୟ ଯୋଗ ଦେଇଥିଲେ।ମଞ୍ଚାସିନ ଅତିଥିଗଣ ଭଗବାନ ବିର୍ଷାମୁଣ୍ଡାଙ୍କ ଜୀବନୀ ଓ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ଅବଦାନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝେଇବା ସହିତ ବିଦ୍ୟାଳୟ ଓ ଅବିଭାବକ ମାନଙ୍କ ମଧ୍ୟରେ ଥିବା ନିବିଡ ସମ୍ପର୍କ ଉପରେ ନିଜ ନିଜ ଅବିଭାଷଣ ରଖିଥିଲେ । ଅତିଥି ମାନଙ୍କ ଅବିଭାଷଣ ପରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ଗୀତ, କୁଇଜ, ସୃଜନଶୀଳ, ରଙ୍ଗୋଲି, ବକୃତା, ବିତର୍କ, ଚିତ୍ରାଙ୍କନ ଭଳି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User