ଫିରିଙ୍ଗିଆ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ଅନୁଷ୍ଠିତ ହେଲା ପୋଷଣ ତାଲିମ କାର୍ଯ୍ୟକ୍ରମ I

ଫିରିଙ୍ଗିଆ,୨୩l୦୪(ଷ୍ଟାର ନିୟୁଜ) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ମହିଳା ଶିଶୁବିକାଶ କାର୍ଯ୍ୟାଳୟ ର ସଭା ଗୃହ ଠାରେ ଅଙ୍ଗନବାଡି କର୍ମୀ ସହାୟିକା ଓ ଗର୍ଭବତୀ ପ୍ରସୂତି ମା ମାନଙ୍କୁ ନେଇ ଏକ ପୋଷଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଶିଶୁ ମାନଙ୍କୁ ଅପପୃଷ୍ଟି ରୋଗରୁ ମୁକ୍ତ କରିବା କିଭଳି ଭାବରେ ଶିଶୁ ମାନଙ୍କୁ ଭଲ ପୃଷ୍ଟିକର ଖାଦ୍ୟ ଖୁଆଯାଇପାରିବ ଓ ଅଂଚଳକୁ କିଭଳି ଭାବରେ ବାଲ୍ୟ ବିବାହ ମୁକ୍ତ କରାଯାଇପାରିବ ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ଓ ଉଦେଶ୍ୟ ରହିଥିବା ବେଳେ ଫିରିଙ୍ଗିଆ ବ୍ଲକ ଦାୟିତ୍ୱ ରେ ଥିବା ମହିଳା ଓ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ପ୍ରଧାନ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସ୍ୱଚ୍ଛସେବୀ ଅନୁଷ୍ଠାନ ସ୍ଵାତି ର ମାନସ ରଞ୍ଜନ ପ୍ରଧାନ, ପିରାମଳ ଫାଉଣ୍ଡେସନ ର ସ୍ବେଛାସେବୀ ତନବି କୁମାରୀ, ବିଭୁତି ବାବୁ, ଅଙ୍ଗନବାଡି ସୁପର ଭାଉଜର ରତ୍ନାବତୀ ବେହେରା, କେଶନୀ ପ୍ରଧାନ, ପ୍ରଣତି ପ୍ରଧାନ, ବିନୀତା ପ୍ରଧାନ, ଅପର୍ଣ୍ଣା ଦିଗାଳ ପ୍ରମୁଖ ଉପସ୍ଥିତ ରହି ତାଲିମ ପ୍ରଦାନ କରିଥିଲେ I ଏହି କାର୍ଯ୍ୟକ୍ରମ ଅବସରରେ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ତରଫରୁ ପରମ୍ପରା ଅନୁସାରେ ଗର୍ଭବତୀ ମା ମାନଙ୍କୁ ପିଠା ଖୁଆ ଓ ଶିଶୁ ମାନଙ୍କ ଅର୍ଣ୍ଣ ପ୍ରସନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଥିରେ ଅଙ୍ଗନବାଡି କର୍ମୀ ମାନଙ୍କ ସହ ଖୋଦ ସିଡିପିଓ ଶିଶୁ ମାନଙ୍କୁ ଖିରି ଓ ଗର୍ଭବତୀ ମହିଳା ମାନଙ୍କୁ ଫଳ ଖୁଆଇ ପର୍ବ କୁ ପାଳନ କରିଥିଲେ I
ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )
What's Your Reaction?






