ଫୁଫୁଗାଁ ପଂଚାୟତ ସଦର ମହକୁମାର ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ।

Oct 07, 2025 - 10:18
0 28
ଫୁଫୁଗାଁ ପଂଚାୟତ ସଦର ମହକୁମାର ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ ।

ଝରିଗାଁ,୭l୧୦ (ଷ୍ଟାର ନିୟୁଜ ଓଡିଶା ):ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକର ଫୁଫୁଗାଁ ସଦର ମହକୁମା ଠାରେ ଚଳିତ ମାସର 5ତାରିଖ (ରବିବାର )ରେ ଆରମ୍ଭ କରାଯାଇଥିବା ଗଜଲକ୍ଷ୍ମୀ ପୂଜା ଆଜି ସମ୍ପନ୍ନ ହୋଇଯାଇଛି |ଗତ ରବିବାର ଦିନ ଗ୍ରାମର ପଟ୍ଟନାୟକ ପରିବାର ଗ୍ରାମର ହନୁମାନ ଛକ ଠାରେ ମା ଗଜଲକ୍ଷ୍ମୀଙ୍କ ପୂଜାର ଆୟୋଜନ କରି ପୂଜା କାର୍ଯ୍ୟ ଆରମ୍ଭ କରିଥିଲେ |ଦେବୀଙ୍କ ପୂଜା ପାଇଁ ଯେଉଁ ବିଦ୍ଧି ବିଧାନ ରହିଛି ତାକୁ ଅନୁସରଣ କରି ପୂଜା କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ବର୍ଷା ତିୱାରୀ ଉକ୍ତ ପୂଜା କାର୍ଯ୍ୟରେ ପୁଜାରିଣୀର ଦାୟିତ୍ୱ ତୁଲେଇଥିଲେ |ଠିକ ସେହିପରି ଶ୍ଵେତା ପଟ୍ଟନାୟକ କର୍ତା ଦାୟିତ୍ୱ ତୁଲେଇ ଆଜି ପୂଜାକାର୍ଯ୍ୟ ସମ୍ପନ୍ନ କରିଛନ୍ତି |ଗ୍ରାମର ଯୁବତୀ ମାନଙ୍କ ମଧ୍ୟରେ ବବଲୀ ତିୱାରୀ, ଲଭଲୀ ତିୱାରୀ, ଗୁଣି ରାଉତ, ଯମୁନା ଭତରା, କମଳା ପ୍ରଧାନ, ଟବା ପ୍ରଧାନ, ଜି ଲିକିତା,ସମୀକ୍ଷା ନାୟକ,ଲଳିତା ଗୌଡ଼,ଉଲ୍ଲାସ ଭତରା ପ୍ରମୁଖ ଯୁବତୀମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟରେ ପୂର୍ଣ୍ଣ ସହଯୋଗ କରିଥିବାରୁ ଶାନ୍ତି ଶୃଙ୍ଖଳିତ ଭାବେ ଦେବୀଙ୍କ ପୂଜା ସମ୍ପନ୍ନ ହୋଇଛି |

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User