ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ତଥା ବାର୍ଷିକ ସାଧାରଣ ସଭା ।

Dec 29, 2025 - 09:18
0 20
ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ତଥା ବାର୍ଷିକ ସାଧାରଣ ସଭା ।
ବରିଷ୍ଠ ନାଗରିକ ସଂଘର ଅଷ୍ଟମ ବାର୍ଷିକ ଉତ୍ସବ ତଥା ବାର୍ଷିକ ସାଧାରଣ ସଭା ।

 କଳାହାଣ୍ଡି ଜିଲ୍ଲା - ୨୮/୧୨( ଷ୍ଟାର ନିୟୁଜ ଓଡିଶା ) ଭବାନୀପାଟଣା ଏସ.କେ. ହିଲ ଭିଉ , ଡଙ୍ଗରୀ ପଡ଼ା, ରିସଗାଁ ଠାରେ  ସଭାପତି ବିଜୟ କୁମାର ହୋତା ଏବଂ ସମ୍ପାଦକ ଗିରିଜା ଶଙ୍କର ବାବୁଙ୍କ ନେତୃତ୍ୱରେ ବିବାଦୀୟ ବରିଷ୍ଠ ନାଗରିକ ସଂଘ ତରଫରୁ ପ୍ରତିବର୍ଷ ଭଳି ଅଷ୍ଟମ ବାର୍ଷିକ ଉତ୍ସବ ତଥା ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । 
         ଉକ୍ତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ବରିଷ୍ଠ ନାଗରିକ ମହାସଂଘ (ଓଡ଼ିଶା) ରାଜ କିଶୋର ସାମନ୍ତରାୟ, ସଭାପତି ପଶ୍ଚିମ ଓଡ଼ିଶା ବରିଷ୍ଠ ନାଗରିକ ମହାସଭା ପ୍ରଫେସର ହଟଲୁ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ (କଳାହାଣ୍ଡି) ଦିନେଶ କୁମାର କହଁର ଉପସ୍ଥିତ ଥିବାବେଳେ, ଅନୁଷ୍ଠାନର ଉପଦେଷ୍ଟା, କର୍ମକର୍ତା, ବ୍ଲକ ସମିତିର ପ୍ରତିନିଧି ସମେତ ସାମ୍ବାଦିକ ବନ୍ଧୁଗଣ ଉପସ୍ଥିତ ଥିଲେ । ନିରପେକ୍ଷତାର ବିଶ୍ୱାସ ଭିତ୍ତିରେ ରାଜନୀତି, ଜାତି, ବର୍ଣ୍ଣ, ନିର୍ବିଶେଷରେ ୬୦ ବର୍ଷରୁ ଉର୍ଦ୍ଧ ପୁରୁଷ ଓ ମହିଳା ମାନଙ୍କୁ ନେଇ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଏକତା ଓ ଆତ୍ମବିଶ୍ବାସ ସୃଷ୍ଟି କରିଥିବା ବେଳେ, ୮୦ ବର୍ଷରୁ ଉର୍ଦ୍ଧ ବୟସ୍କ ମାନଙ୍କୁ ଉପଧୋକନ୍ ଦେଇ ସମ୍ବର୍ଦ୍ଧତ କରାଯାଇଥିଲା l

କଳାହାଣ୍ଡି ସ୍ଵତନ୍ତ୍ର ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଷ୍ଟାର ନିୟୁଜ ଓଡିଶା

What's Your Reaction?

Like Like 8
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User