ବାଇକ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ।
ଝରିଗାଁ,୨୩l୧୧(ଷ୍ଟାର ନିୟୁଜ ଓଡିଶା ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଡ଼କରିକୋଟ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ହନୁମନ୍ତ ଗୌଡ଼(୫୪) ବାଇକ ଦୁର୍ଘଟଣାରେ ଦେହାନ୍ତ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଚଚା ପଞ୍ଚାୟତ ଅନ୍ତର୍ଗତ ଦାବିରିମୁଣ୍ଡା ଗ୍ରାମର ହନୁମନ୍ତ ଗୌଡ଼ ଆଜି ସକାଳୁ ବାଇକ ଯୋଗେ ଡ଼କରିକୋଟ ପ୍ରାଥମିକ ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ପାଠ ପଢେଇବା ପାଇଁ ଯାଇଥିଲେ।ବିଦ୍ୟାଳୟ ସମୟ ସରିବା ପରେ ନିଜ ଘରକୁ ଫେରିବା ବେଳେ ସନ୍ଧ୍ୟା ପ୍ରାୟ ୫ ଘଣ୍ଟା ସମୟରେ ଭେଜିଗୁଡା ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଥିବା କଲଭେଟ ନିକଟରେ ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବାଇକ ସହ ପଡିଯାଇଥିଲେ।ଫଳରେ ହନୁମନ୍ତଙ୍କ ମୁଣ୍ଡରେ ଗଭୀର ଆଘାତ ହେବା ସହ ନାକ ଓ କାନରୁ ରକ୍ତ ବହୁଥିଲା।ଦୁର୍ଘଟଣାର ଦୀର୍ଘ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଭେଜିଗୁଡା ଗ୍ରାମର କିଛି ଲୋକ ଦୁର୍ଘଟଣା ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ।ପରେ ଦାବିରିମୁଣ୍ଡା ଗ୍ରାମର କିଛି ଲୋକଙ୍କ ସହାୟତାରେ ପରିବାର ଲୋକ କାର ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ଶେଷରେ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ।ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।ସେହିପରି ଶେଷ ଦର୍ଶନ ପାଇଁ ବହୁ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ।
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?