ବାଇକରୁ ପଡି ଦୁଇ ଗୁରୁତର ।
ଝରିଗାଁ,୨୩l୧୧(ସ.ପ୍ର): ( ଷ୍ଟାର ନିୟୁଜ ଓଡିଶା ): ଭାରସାମ୍ୟ ହରେଇ ବାଇକରୁ ପଡି ଦୁଇ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି |ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଅନ୍ତର୍ଗତ ଡ଼ଙ୍ଗରୀଗୁଡା ଗ୍ରାମର ଦୁଇ ବ୍ୟକ୍ତି ଶୁକୃ ସାନ୍ତା (25) ଓ ଜଗର ସାନ୍ତା (40)କୌଣସି ଏକ କାର୍ଯ୍ୟ ପାଇଁ ଆଜି ସକାଳ ପ୍ରାୟ 10ଘଟିକା ସମୟରେ ଏକ ବାଇକରେ ଉମରକୋଟକୁ ଯାଉଥିଲେ, ତେବେ ଧନପୁର ନିକଟରେ ଭାରସାମ୍ୟ ହରେଇ ଦୁହେଁ ବାଇକରୁ ଛିଟିକି ପଡିଥିଲେ |ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଡାକି ଉଭୟଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠେଇଥିଲେ | ଶୁକୃ ସାନ୍ତା ଅତ୍ୟଧିକ ଗୁରୁତର ହୋଇଥିବାରୁ ତାକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଜଗର ସାନ୍ତା ଉମରକୋଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
1
Angry
0
Comments (0)