ବାଇକକୁ ଧକ୍କା ଦେଲା ବୋଲେର,ଦୁଇ ଗୁରୁତର।

Apr 16, 2025 - 19:23
0 107
ବାଇକକୁ ଧକ୍କା ଦେଲା ବୋଲେର,ଦୁଇ ଗୁରୁତର।

ଝରିଗାଁ୧୬l୪(ଷ୍ଟାର ନିୟୁଜ ଓଡ଼ିଶା): ଝରିଗାଁ ଥାନା ଅନ୍ତର୍ଗତ ଡାଇନିଗୁଡ଼ା ନଦୀ ନିକଟରେ ବୋଲେର ସହ ବାଇକ ଧକ୍କା ହେବା ଯୋଗୁଁ ଦୁଇ ଜଣ ସ୍ୱାମୀ ଓ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।ସୂଚନା ପ୍ରକାରେ ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଅନ୍ତର୍ଗତ ଭରୁଆମୁଣ୍ଡା ଗ୍ରାମର ପ୍ରଭା ଗୌଡ଼(୪୫) ସ୍ତ୍ରୀ ସୁଭଦ୍ରା (୪୦) ଏବଂ ଏକ ବର୍ଷର ଝିଅ ନିଜର ବାଇକ ଯୋଗେ ବ୍ୟାଙ୍କ କାମରେ ଝରିଗାଁ ଆସୁଥିଲେ।ତେବେ ଦିନ ୧୦ ଘଣ୍ଟା ସମୟରେ ଡାଇନିଗୁଡ଼ା ନଦୀ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବୋଲେର ସହ ମୁହାଁମୁହିଁ ଧକ୍କା ହୋଇଥିଲା।ଫଳରେ ବାଇକରେ ବସିଥିବା ତିନି ଜଣ ଛିଟିକି ହୋଇ ରାସ୍ତା କଡ଼ରେ ପଡ଼ିଥିଲେ।ଦୁର୍ଘଟଣା ପରେ ପ୍ରଭା ଏବଂ ସୁଭଦ୍ରା ଗୁରୁତର ହୋଇଥିବା ବେଳେ ଅଳ୍ପକେ ଏକ ବର୍ଷର ଝିଅ ବର୍ତ୍ତି ଯାଇଥିଲେ।ଦୁର୍ଘଟଣା ପରେ ଦୁର୍ଘଟଣା କରିଥିବା ବୋଲେର ଗୁରୁତର ମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରି ଚାଲି ଯାଇଛନ୍ତି।ତେବେ ପ୍ରଭାର ବାମ ଗଡ଼ରେ ପ୍ରବଳ ଆଘାତ ହୋଇଥିବା ବେଳେ ସୁଭଦ୍ରାଙ୍କ ଅଣ୍ଟାରେ ଆଘାତ ହୋଇଥିବା ଜଣାପଡିଛି।ବର୍ତ୍ତମାନ ପ୍ରଭା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ସୁଭଦ୍ରାଙ୍କୁ ଉମରକୋଟ ସ୍ଥାନାନ୍ତର କରାଯିବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।ବିତ୍ୟୁତ ବିଭାଗର ବୋଲେର ଦୁର୍ଘଟଣା କରିଥିବା ଅଭିଯୋଗ ହଉଛି।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User