ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଖସଡ଼ା ପ୍ରସ୍ତୁତ ନେଇ ପଞ୍ଚାୟତ ସମିତି ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ।

May 05, 2025 - 17:27
0 200
ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଖସଡ଼ା ପ୍ରସ୍ତୁତ ନେଇ ପଞ୍ଚାୟତ ସମିତି ର ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ।

ଝରିଗାଁ,୫l୫(ଷ୍ଟାର ନିୟୁଜ ଓଡ଼ିଶା ) : ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଗ୍ରାମାଞ୍ଚଳ ଲୋକଙ୍କ ମୌଳିକ ସୁବିଧା ଉପଲବ୍ଧ କରିବା ସଙ୍ଗେ ସଙ୍ଗେ ଆର୍ଥିକ ବିକାଶ ସହ ରାଜସ୍ବ ଗ୍ରାମଗୁଡିକର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚାୟତ ସମିତିର ଏକ ସ୍ବତନ୍ତ୍ର ବୈଠକ ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା। ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମଧୁସୂଦନ ମାଝୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ମଧ୍ୟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୂର୍ଗା ପ୍ରସାଦ ମାଝୀ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ ବୈଠକରେ ଯୋଗ ଦେଇଥିଲେ। ଝରିଗାଁ ପଞ୍ଚାୟତ ସମିତି ଅଧୀନ ଗ୍ରାମ ଗୁଡିକର ଉନ୍ନତି ପାଇଁ ରାଜ୍ୟ ସରକାର ଏହି ଯୋଜନାରେ ୫ କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ବରାଦ ଅନୁମୋଦିତ କରିଥିବା ସୂଚନା ଦିଆଯାଇଥିଲା।। ୨୦୨୫-୨୬ ଉନ୍ନୟନ ଯୋଜନା କୁ ସଫଳ ରୂପାୟନ ପାଇଁ ଆଲୋଚନା ସହ ଖସଡ଼ା ପ୍ରସ୍ତୁତି ହୋଇଥିଲା। ଝରୀଗାଁ ଅଞ୍ଚଳର ମୌଳିକ ସମସ୍ୟା ଯଥା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ, ବିଜୁଳି, କମ୍ୟୁନିଟି ହଲ, ଷ୍ଟାଲ, ପତିତ ପୋଖରୀ ଗୁଡିକର ପୁନଃ ଉଦ୍ଧାର ଆଦି କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା ହୋଇଥିଲା | ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ,ଉପାଧ୍ୟକ୍ଷା ମନଦେଇ ଗୌଡ଼,ଏଇ ଇ ବିନୀତ ମିଶ୍ର, ଜି ପି ଓ ଇଁଚାର୍ଜ୍ ରମେଶ ହରିଜନ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ,ସମସ୍ତ ସରପଞ୍ଚ, ଜିଲ୍ଲା ପରିଷଦ, ସମିତି ସଭ୍ୟ ଓ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User