ବେଲଘର ବନାଞ୍ଚଳରେ ହାତୀ ହତ୍ୟା କାଣ୍ଡ ପ୍ରମାଣ ନଷ୍ଟ ପାଇଁ କେସିଙ୍ଗା ଡ୍ୟାମ ନିକଟ ଜଙ୍ଗଲରେ ପୋତାଯାଇଥିଲା ହାତୀ ଶବ (ବନା ଅଧିକାରୀ ବିନୟ କୁମାର ବିଶି ନିଲମ୍ବିତ)

Jan 23, 2026 - 12:03
0 5
ବେଲଘର ବନାଞ୍ଚଳରେ ହାତୀ ହତ୍ୟା କାଣ୍ଡ ପ୍ରମାଣ ନଷ୍ଟ ପାଇଁ କେସିଙ୍ଗା ଡ୍ୟାମ ନିକଟ ଜଙ୍ଗଲରେ ପୋତାଯାଇଥିଲା ହାତୀ ଶବ  (ବନା ଅଧିକାରୀ ବିନୟ କୁମାର ବିଶି ନିଲମ୍ବିତ)

କେସିଙ୍ଗା ୨୨/୦୧( ଷ୍ଟାର ନିୟୁଜ ଓଡିଶା)କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ବନା ଅଞ୍ଚଳ ରେ ହାତୀ କୁ ଖଣ୍ଡ ଖଣ୍ଡ କରି ହତ୍ୟା କରି ପ୍ରମାଣ ନଷ୍ଟ କରିବା ଘଟଣା ରେ ବେଲଘର ବନା ଅଞ୍ଚଳ ଅଧିକାରୀ ବିନୟ କୁମାର ବିଶି ଙ୍କୁ ନିଲମ୍ବିତ କରା ଯାଇଛି l କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅନ୍ତର୍ଗତ କନ୍ତେଶିର ହେଉଛି ରେଞ୍ଜର  ବିନୟ ବିଶି ଙ୍କ ଘର ମୃତ୍ୟୁ ହାତୀର ପ୍ରମାଣ ନଷ୍ଟ କରିବାକୁ ବେଲଘର ଠାରୁ ହାତୀର ମୃତ୍ୟୁ ଶରୀର କୁ ନିଜ ଘର ବାରି ପଟେ ଥିବା ତହଶିର ଡ୍ୟାମ ନିକଟରେ ସାତ ଫୁଟମାଟି ତଳେ ହାତୀର ଖଣ୍ଡ ବିଖଣ୍ଡିତ ଶଵକୁ ପୋତି ଥିଲେ ତାହା ଦୀର୍ଘ ୪୮ଘଣ୍ଟା ର ଉଦ୍ୟମ ପରେ ଭୁବନେଶ୍ୱର ସତନ୍ତ୍ର ଜଏଣ୍ଟ ଟାସ୍କ ଫୋର୍ସ ଏବଂ ବାଲିଗୁଡ଼ା ଡିଏଫୋ ଘନ ଶ୍ୟାମ ମହନ୍ତ ପହଞ୍ଚି ମୃତ୍ୟୁ ହାତୀ ର ଶଵକୁ ଜବତ କରି  ବ୍ୟବଛେଦ କରେଇ ଥିଲେ l ଗତ ଜାନୁୟାରୀ ୫ ତାରିଖ ରେ ବେଲଘର ରେଞ୍ଜର ଝିରି ପାଣି ସେକ୍ସନ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ଗୋଟେଏ ହାତୀ କୁ ହତ୍ୟା କରାଯାଇଥିଲା ତାହା ଧିରେ ଧିରେ ଜଣା ପଡ଼ିଥିବାରୁ ଏହି ଘଟଣା କୁ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର ପ୍ରକୃତ  ସତ୍ୟ ଘଟଣା ଜାଣିବାକୁ ଡିଏଫୋ ଙ୍କୁ ପଚାରି ବୁଝି ଥିଲେ, ଡିଏଫୋ ପ୍ରଥମେ ମନା କରି ଥିଲେ, ସେହି ହାତୀ କୁ ଖଣ୍ଡ ଖଣ୍ଡ କରି ଅଖା ରେ ଭର୍ତ୍ତି କରି କଡ଼ା ପାନା ନର୍ସରୀ ରେ ପୋତା ଯାଇଥିଲା ଏହି ବିଷୟ  ଲୋକେ ଜାଣିଲା ପରେ ରେଞ୍ଜର ବିନୟ କୁମାର ବିଶି ମୃତ୍ୟୁ ହାତୀର ଶବକୁ ବାହାର କରି ନିଜ ଘର କେସିଙ୍ଗା ତନଶିର ର ଯୋଜନା ନାମକ ଡ୍ୟାମ ନିକଟରେ ପୋତି ଦେଇ ଥିଲେ l ଦୀର୍ଘ ୧୬ ଦିନ ପରେ ହାତୀ ର ଶଵ ଉଦ୍ଧାର ହୋଇଛି, ଏହାର ପ୍ରମାଣ ନଷ୍ଟ କରିବାକୁ  ଜଙ୍ଗଲ ବିଭାଗୀୟ ମାନଙ୍କ  ମଧ୍ୟ ହାତ ରହି ଛି ବୋଲି ସନ୍ଧେହ ହୋଇଥିବାରୁ ବାଲିଗୁଡ଼ା ବିଧାୟକ ଶ୍ରୀ ଚକ୍ରମଣୀ କହଁର ବାଲିଗୁଡ଼ା  DFO  ଙ୍କୁ ଅଧିକ ତଦନ୍ତ କରିବାକୁ ବାଧ୍ୟ କରିଥିଲେ l ତାହା ବର୍ତ୍ତମାନ ର ପ୍ରଶ୍ନ କିଏ କିଏ ସହଯୋଗ କରି ଛନ୍ତି କେବେ ଏହା ପର୍ଦାଫାଶ ହେବ?

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User