ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ,ଏକ ପେଡ ମାଁ କେ ନାମ ବୃକ୍ଷ ରୋପଣ କରାଯାଇଅଛି।

Jul 06, 2025 - 18:42
0 30
ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପରିସରରେ ୭୬ ତମ ବନ ମହୋତ୍ସବ ,ଏକ ପେଡ ମାଁ କେ ନାମ ବୃକ୍ଷ ରୋପଣ କରାଯାଇଅଛି।

କଳାହାଣ୍ଡି ଜିଲ୍ଲା ୬/୭ /୨୫(ଷ୍ଟାରନିୟୁଜ ଓଡିଶା )୭୬ତମ ବନମହୋତ୍ସବ, ଭବାନୀପାଟଣା ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ପରିସରରେ ପାଲିତ ହୋଇଯାଇଛି। ‘ଏକ ପେଡ ମା’ କେ ନାମ’, ମା ଙ୍କ ପାଇଁ ଗଛ ଟିଏ ଲଗେଇବା ଆଉ ଯତ୍ନବାନ୍ ହେବା l ଆଜି କଳାହାଣ୍ଡି ଜିଲ୍ଳା ଉତ୍ତର ଓ ଦକ୍ଷିଣ ବନ ଖଣ୍ଡ   ତରପରୁ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଠାରେ ବନମୋହତ୍ସବ -2025 ପାଳିତ ହୋଇଯାଇଛି | ପ୍ରତ୍ୟେକ ବ୍ଲକ ଓ ପଂଚାୟତ ରେ ଏହି ଉତ୍ସବ ପାଳିତ ହୋଇଥିଲା,
ବିଭିନ୍ନ ବେସରକାରୀ ସଂସ୍ଥା ତରଫରୁ ମଧ୍ୟ ଅନେକ ଜାଗାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା | ଏହି କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଜିଲ୍ଳା ଉତ୍ତର ବନଖଣ୍ଡ ଅଧିକାରୀ ରମେଶ କୁମାର, ଜିଲ୍ଳା ଦକ୍ଷିଣ ବନଖଣ୍ଡ ଅଧିକାରୀ କାଲିଭାନାନ ଆର., ପୂର୍ବତନ ସାଂସଦ ଅର୍କ କେଶରୀ ଦେଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଏବଂ ସମସ୍ତ ଉତ୍ତର ଓ ଦକ୍ଷିଣ ବନଖଣ୍ଡ କର୍ମକର୍ତା  ଉପସ୍ଥିତ ରହିଥିଲେ | " ମାଁ ଙ୍କ ନାମ ରେ ଗଛଟିଏ " ସ୍ଲୋଗାନ ଦିଆଯାଇଥିଲା, ବନ ବିଭାଗ ତରଫରୁ ଜଙ୍ଗଲ ସୁରକ୍ଷା କୁ ନେଇ ସୁରକ୍ଷା ରଥ ମଧ୍ୟ ଗାଁ ଗାଁ ରେ ପ୍ରଚାର କରାଯାଇଥିଲା | ସମସ୍ତ ଅତିଥି ମାନେ ନିଜ ମା ଙ୍କ ନାମ ରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ  | କଳାହାଣ୍ଡି ଜିଲ୍ଲା ଦକ୍ଷିଣ ଓ ଉତ୍ତର ବନଖଣ୍ଡ ମିଳିତ ଭାବରେ ବନମହୋତ୍ସବ ବୃକ୍ଷ ରୋପଣ କରାଯାଇଥିଲା। ପରିବେଶ ସୁରକ୍ଷା ପାଇଁ ଏକମାତ୍ର ଅସ୍ତ୍ର ବୃକ୍ଷରୋପଣ। ପରିବେଶ ଯେଉଁ ଭଲି ଭାବରେ ଦୂଷିତ ହେଉଛି , ବୃକ୍ଷରୋପଣ ଦ୍ବାରା ହିଁ ଆମେ ସୁରକ୍ଷା ଦେଇପାରିବା l 
କଳାହାଣ୍ଡି ଜିଲ୍ଲା ରୁ ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User