ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇଲେ ବିଧାୟକ ଓ ସାଂସଦ ପ୍ରତିନିଧି ।

ଝରିଗାଁ ,୧୪l୮(ଷ୍ଟାର ନିୟୁଜ ଓଡିଶା ):: ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରା ଏବଂ ସାଂସଦ ପ୍ରତିନିଧି ଆଜି ବକଡାବେଡା ଗ୍ରାମର ତିନି ମୃତକଙ୍କ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣେଇବା ସହ ସକଳ ଘଟଣା ବିଷୟରେ ପଚାରି ବୁଝିଛନ୍ତି |ଏହା ସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦୁର୍ଘଟଣା ସମ୍ପର୍କରେ ଜଣେଇ କିଛି ଆର୍ଥିକ ସହାୟତା ଯୋଗେଇ ଦେବାକୁ ଅନୁରୋଧ କରିଥିବା ଜଣେଇଛନ୍ତି |ଦୁର୍ଘଟଣା ବିଷୟରେ ଜାଣିବା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ପ୍ରତ୍ୟେକ ମୃତକଙ୍କ ପରିବାର କୁ 4ଲକ୍ଷ ଲେଖାଏ ସହାୟତା ରାଶି ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିବା ଶ୍ରୀ ଭତରା ପରିବାରବର୍ଗଙ୍କୁ ଜଣେଇଛନ୍ତି |ପ୍ରକାଶ ଥାଉକି, ନବରଙ୍ଗପୁର ଜିଲ୍ଲା ଝରିଗାଁ ନିର୍ବାଚନ ମଣ୍ଡଳୀର ଉମରକୋଟ ଥାନା ଅଧୀନରେ ଥିବା ବକଡାବେଡା ଗ୍ରାମର ଜୟରାମ ଭତରା, ନାରାୟଣ ଭତରା ଓ ଚେତମନ ଭତରା 12ଦିନ ତଳେ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ |ଗତକାଲି ଅପରାହ୍ନ 12ଘଂଟିକା ସମୟରେ ତିନିଟି ଆମ୍ବୁଲାନ୍ସରେ ଗ୍ରାମରେ ଶବ ଗୁଡିକ ପହଂଚିଵା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା |କାନ୍ଦ ବୋବାଲରେ ଗାଁ ଫାଟି ପଡିଥିଲା |ଏହି ଦୁଃଖଦ ଖବର ବିଧାୟକ ଓ ସାଂସଦ ପ୍ରତିନିଧି ଙ୍କ କାନରେ ପଡିବା ପରେ ଉଭୟେ ଆଜି ଗ୍ରାମରେ ପହଂଚି ସକାତୁର ପରିବାର ମାନଙ୍କୁ ସମବେଦନା ଜଣେଇବା ସହ ମୁଖ୍ୟମନ୍ତ୍ରୀ ରିଲିଫ ଫାଣ୍ଟିରୁ ପ୍ରତ୍ୟେକ ପରିବାରକୁ 4ଲକ୍ଷ ଲେଖାଏ ସହାୟତା ରାଶି ଯୋଗେଇ ଦେବେ ବୋଲି ପ୍ରତିଶୃତି ଦେଇଥିଲେ |
ନବରଙ୍ଗପୁରରୁ ସ୍ୱତନ୍ତ୍ର ପ୍ରତିନିଧି ସବ୍ୟସାଚୀ ଭରତିଆଙ୍କ ରିପୋର୍ଟ।|
What's Your Reaction?






