ଯାତାୟତରେ ବାଧକ ସାଜିଛି ମାଦେ ପାଙ୍ଗା ନାଳ, ବିପଦପୂର୍ଣ୍ଣ ଯାତାୟତ କରୁଛନ୍ତି ୨ ୱାର୍ଡ଼ ବାସୀ।

Jun 27, 2025 - 07:11
 0  29
ଯାତାୟତରେ ବାଧକ ସାଜିଛି ମାଦେ ପାଙ୍ଗା ନାଳ, ବିପଦପୂର୍ଣ୍ଣ ଯାତାୟତ କରୁଛନ୍ତି ୨ ୱାର୍ଡ଼ ବାସୀ।

ଫିରିଙ୍ଗିଆ, ୨୭l୬ (ଷ୍ଟାର ନିୟୁଜ) :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ପାଙ୍ଗା ଉପର ସାହି ପଞ୍ଚାୟତର ୨ଟି ୱାର୍ଡର ୧୫୦ଘରରୁ ଅଧିକ ଲୋକଙ୍କ ପାଇଁ ବର୍ତ୍ତମାନ ଯାତାୟତରେ ବାଧକ ସାଜିଛି ମାଦେ ପଙ୍ଗା ନାଳ l ପୂର୍ବରୁ ବର୍ଷା ଦିନ ଆସିଲେ ଏମାନଙ୍କ ପାଇଁ କାଠ ପୋଲ ଭରସା ହେଉଥିବାବେଳେ ପୋଲ ଭାସି ଗଲେ ଏମାନଙ୍କ ପାଇଁ ଯୋଗାଯୋଗ ବିଛିନ୍ନ ହୋଇ ଶିକ୍ଷା, ସ୍ୱାସ୍ଥ୍ୟ ଏମିତି କି ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ହେଲେ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗିବାକୁ ପଡ଼ୁଥିଲା । କିନ୍ତୁ ବାରମ୍ବାର ଦାବି ପରେ ବାଦେ ଦ୍ରାଗା ନାଳ ତଳକୁ ଏକ ପୋଲ ନିର୍ମାଣ ପାଇଁ ଅନୁଦାନ ମଞ୍ଜୁରୀ ହୋଇ କାର୍ଯ୍ୟ ଚାଲିଥିବାବେଳେ ଏବେ ଆଉ ଗୋଟିଏ ନାଳ ମାଦେ ପାଙ୍ଗା ନାଳ ଯାତାୟତ ପାଇଁ ବାଧକ ସାଜିଛି lଏହି ନାଳ ପାଙ୍ଗା ପଞ୍ଚାୟତଠାରୁ କାଲିକୁଟି ଦେଇ ଯାଇଥିବା ରାସ୍ତା ମଝିରେ ପଡୁଛି । ଏହି ନାଳରେ ପ୍ରତିବର୍ଷ ଲୋକେ କାଠ ପୋଲ କରି କିମ୍ବା କାଠକୁ ଗଛ ସହ ଯୋଡ଼ି ବିପଦପୂର୍ଣ୍ଣ ଭାବେ ଯାତାୟତ କରିଥାନ୍ତି l ପ୍ରତିବର୍ଷ ବର୍ଷାରେ ଧୋଇ ହୋଇଯାଏ ପୁଣି ନିଜ ଖର୍ଚ୍ଚରେ କାଠ ଆଣି ପୋଲ ନିର୍ମାଣ କରି ବିଦ୍ୟାଳୟଠାରୁ ପଞ୍ଚାୟତ କାର୍ଯ୍ୟାଳୟ ଏମିତି କି ପ୍ରତ୍ୟେକ କାର୍ଯ୍ୟ ପାଇଁ କାଠ ପୋଲ ଉପରେ ନିର୍ଭର କରିବାକୁ ପଡ଼ିଥାଏ l ବର୍ତ୍ତମାନ କିଛି ଦିନ ହେବ ବର୍ଷା ଲାଗି ରହିଥିବାରୁ ମାଦେ ପାଙ୍ଗା ନାଳରେ ପ୍ରବଳ ବର୍ଷା ପାଣି ଯାଉଥିବାରୁ ଲୋକେ ବିପଦପୂର୍ଣ୍ଣ ଭାବେ ୨ ଟି ୱାର୍ଡ଼ ୮ ଏବଂ ୯ ନମ୍ବର ୱାର୍ଡ ବାସୀ ମାର୍କାଲି, ସିକେରି, ଡେଡ଼ି ସରୁ, ମାଦେ ପାଙ୍ଗା, ଭୁଟୁ କୂପଡା, ଶ୍ରାହାପେଲି ପଙ୍ଗା, କୁଟି ପାଡା, ଭଳି ୮ରୁ ୧୦ଟି ଗାଁର ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ଭୋଗୁଛନ୍ତି lତୁରନ୍ତ ଏହି ମାଦେ ପାଙ୍ଗା ନାଳରେ ଯାତାୟତ ସୁବିଧା ପାଇଁ ପୋଲ ନିର୍ମାଣ କରିବାକୁ ସନ୍ତୋଷ କହଁର, ତ୍ରିଲୋଚନ କହଁର, ବିଭୀଷଣ କହଁର, ପ୍ରଶାନ୍ତ କହଁର, ସତ୍ୟ ବଗର୍ତିଙ୍କ ସହ ସମୂହ ଅଞ୍ଚଳବାସୀ ଦାବି କରିଛନ୍ତି l

What's Your Reaction?

like

dislike

love

funny

angry

sad

wow

SUJAYA EDITOR