ରାଷ୍ଟ୍ରୀୟ ଲୋକ ଅଦାଲତ–୨୦୨୬ ଅନୁଷ୍ଠିତ

May 09, 2026 - 20:49
0 19
ରାଷ୍ଟ୍ରୀୟ ଲୋକ ଅଦାଲତ–୨୦୨୬ ଅନୁଷ୍ଠିତ

କେସିଙ୍ଗା, ୯/୫ (ସୁଜୟ ନଙ୍ଗାଳତି ): କେସିଙ୍ଗା ସ୍ଥିତ ତାଳୁକ ଆଇନ ସେବା ସମିତି ପକ୍ଷରୁ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅଧ୍ୟକ୍ଷା ଦୀପ୍ତା ସେଠଙ୍କ ନେତୃତ୍ୱରେ କୋର୍ଟ ପରିସରରେ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ଦିୱାନୀ ମାମଲା, ବ୍ୟାଙ୍କ ଋଣ, ମାଇକ୍ରୋ ଫାଇନାନ୍ସ, ବିଦ୍ୟୁତ ବିଲ୍‌, ପରିବାରିକ ବିବାଦ ଓ ଅନ୍ୟାନ୍ୟ ମଧ୍ୟସ୍ଥତା ଯୋଗ୍ୟ ମାମଲାଗୁଡ଼ିକର ଆପସୀ ସମଝୌତା ମାଧ୍ୟମରେ ସମାଧାନ କରାଯାଇଥିଲା।
ଲୋକ ଅଦାଲତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସହଜ, ସୁଲଭ ଓ ଶୀଘ୍ର ନ୍ୟାୟ ପ୍ରଦାନ କରିବା। ବିଶେଷକରି ବ୍ୟାଙ୍କ ଓ ବେସରକାରୀ ସଂସ୍ଥାର ଋଣ ଡିଫଲଟରମାନଙ୍କୁ ଆଲୋଚନା ଓ ଆପସୀ ସମଝୌତା ମାଧ୍ୟମରେ ମାମଲା ସମାଧାନ ପାଇଁ ସୁଯୋଗ ଦିଆଯାଇଥିଲା।
ଏହି ଅବସରରେ ଉପସ୍ଥିତ ନ୍ୟାୟାଧୀଶମାନେ କହିଥିଲେ ଯେ, ଲୋକ ଅଦାଲତ ମାଧ୍ୟମରେ ଦୀର୍ଘଦିନ ଧରି ଚାଲିଥିବା ବିବାଦର ସମାଧାନ ହେବା ସହିତ ଲୋକମାନଙ୍କ ସମୟ ଓ ଅର୍ଥ ଉଭୟର ସଞ୍ଚୟ ହୋଇଥାଏ। ଏହା ସହ କୋର୍ଟରେ ବଢ଼ୁଥିବା ମାମଲା ଭାର ମଧ୍ୟ ହ୍ରାସ ପାଇଥାଏ।
କେସିଙ୍ଗା ଅଞ୍ଚଳର ବହୁ ଲୋକ ଏହି ଲୋକ ଅଦାଲତରେ ଯୋଗଦେଇ ନିଜ ମାମଲାର ସମାଧାନ କରିଥିବା ଦେଖାଯାଇଥିଲା। କୋର୍ଟ କର୍ମଚାରୀ, ଅଧିବକ୍ତା, ବ୍ୟାଙ୍କ ପ୍ରତିନିଧି ଓ ସାଧାରଣ ଜନସାଧାରଣଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User