ରାସ୍ତା ସଫା କରି ଯାତାୟାତ ପାଇଁ ସୁବିଧା କଲେ ପୂର୍ବତନ ବିଧାୟକ ।

Oct 03, 2025 - 13:47
Updated: 11 months ago
0 412
ରାସ୍ତା ସଫା କରି ଯାତାୟାତ ପାଇଁ ସୁବିଧା କଲେ ପୂର୍ବତନ ବିଧାୟକ ।

ଫିରିଙ୍ଗିଆ,୩l୧୦(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଅଞ୍ଚଳ ରେ ପ୍ରବଳ ବର୍ଷା ଯୋଗୁଁ ଫିରିଙ୍ଗିଆ ସଦର ମହକୁମା ପକାରି ପଂଚାୟତ ଅନ୍ତର୍ଗତ ଗୋଛାପଡା-ବାଲନ୍ଦାପଡ଼ା ରାସ୍ତାର ବିଲୁରି ଘାଟି ନିକଟରେ ଏକ ବିରାଟ ଗଛ ଟଳି ପଡିବାରୁ ରାସ୍ତାରେ ଯାନବାହାନ ଚଳାଚଳ ଠପ ହୋଇଯାଇଥିଲା।ଲୋକେ ନାହିଁନଥିବା ଅସୁବିଧା ଭୋଗୁଥିଲେ ।ହେଲେ ଏହି ଖବରଟି ପୂର୍ବତନ ବିଧାୟକ ଅଙ୍ଗଦ କହଁରଙ୍କ କର୍ଣ୍ଣରେ ପଡିବା ପରେ ସେ ଘଟଣା ସ୍ଥଳରେ ପହଂଚି ସ୍ଥାନୀୟ ଜନସାଧାରଣ ସହାୟତାରେ ଗଛ କାଟି ରାସ୍ତା ସଫା କରି ଯାତାୟାତର ସୁବିଧା କରି ପ୍ରଶଂସା ସାଉଁଟିଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ସମିତି ସଭ୍ୟ ଅରୁଣ ଦିଗାଲ ଓ ସୁବଳ ସାହୁ ମଧ୍ୟ ଉପସ୍ଥିତ ରହି ଏହି କାର୍ଯ୍ୟରେ ପୂର୍ବତନ ବିଧାୟକଙ୍କୁ ସାହାଯ୍ୟ କରିଥିଲେ ।

What's Your Reaction?

Like Like 2
Dislike Dislike 0
Love Love 0
Funny Funny 0
Wow Wow 1
Sad Sad 0
Angry Angry 0

Comments (0)

User