ସମାଜ ଶେବିଙ୍କ ଦ୍ୱାରା ଉଦଘାଟିତ ହେଲା ପଲ୍ଲିଶ୍ରୀ ଯୁବକ ସଙ୍ଘର ବାର୍ଷିକ ଉତ୍ସବ I ଜମୁଛି ଦର୍ଶକଙ୍କ ଭିଡ଼ I

Jan 30, 2026 - 07:29
0 7
ସମାଜ ଶେବିଙ୍କ ଦ୍ୱାରା ଉଦଘାଟିତ ହେଲା ପଲ୍ଲିଶ୍ରୀ ଯୁବକ ସଙ୍ଘର ବାର୍ଷିକ ଉତ୍ସବ I ଜମୁଛି ଦର୍ଶକଙ୍କ ଭିଡ଼ I

ଫିରିଙ୍ଗିଆ,୫l୧୦(ଷ୍ଟାର ନିୟୁଜ): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଠାରେ ଥିବା ବ୍ଲକ ର ସର୍ବପୁରାତନ ସାଂସ୍କୃତିକ କ୍ଳବ ପଲ୍ଲିଶ୍ରୀ ଯୁବକ ସଙ୍ଘ ର ବାର୍ଷିକ ଉତ୍ସବ ତିନିଦିନ ହେଲା ଧୁମ ଧାମ ରେ ପାଳିତ ହେଉଛି I ପବିତ୍ର ଦୁର୍ଗା ପୂଜା ଅବସରରେ କ୍ଳବ ର ସଭାପତି କଂସ ଦେବ ସାହୁ ଙ୍କ ଅଦକ୍ଷତା ସହ ସମ୍ପାଦକ ରାଜେଶ କୁମାର ନାଏକ ଓ କୋଷାଧକ୍ଷ ସଞ୍ଜୟ କୁମାର ଦିଗାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ମହୋତ୍ସବ ର ଉଦ୍ଘାଟନୀ ଉତ୍ସବ ରେ କନ୍ଧମାଳ ଜିଲ୍ଲାର ବରିଷ୍ଠ ସମାଜସେବୀ ତଥା ସଂସ୍କୃତି ସଂଗଠକ ଜଗନ୍ନାଥ ଦିଗାଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଅନ୍ୟତମ ଅତିଥି ମାନଙ୍କ ମଧ୍ୟ୍ୟରେ ଜିଲ୍ଲା ପାରମ୍ପରିକ ଲୋକ କଳା ସଂଘର ସଭାପତି ଅକ୍ଷୟ କୁମାର କର୍ଣ୍ଣ, ସମାଜ ସେବି ଅରୁଣ ଦିଗାଲ ଓଡ଼ିଆ ସିନେମା ନିର୍ମାତା ପ୍ରଶାନ୍ତ କୁମାର ନାଏକ,ସମାଜ ସେବି ପ୍ରଦୀପ କୁମାର କହଁର, ଡ଼ିମିରିଗୁଡା ସରପଞ୍ଚ ମନୋଜ କହଁର, ମହିଳା ନେତ୍ରୀ ସମ୍ପତି ଦିଗାଲ ଙ୍କ ସହ ଅଂଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I ମହୋତ୍ସବ ର ପ୍ରଥମ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ସହ ସାମାଜିକ ନାଟକ କାର୍ଯ୍ୟକ୍ରମ ର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମ ରାତିରେ ଫିରିଙ୍ଗିଆ ବ୍ଲକ ମାଲା ଗାଁର କଳାକାର ମାନଙ୍କ ଦ୍ୱାରା ନାଟକ ପ୍ରଦର୍ଶିତ ହୋଇଥିଲା I ସେହିପରି ନାଟକ ପ୍ରତିଯୋଗିତା ର ଦ୍ଵିତୀୟ ଦିନରେ ଶଙ୍କରାଖୋଲ ର କଳାକାର ମାନଙ୍କ ଦ୍ୱାରା ନାଟକ ପ୍ରଦର୍ଶନ ହୋଇଥିବା ବେଳେ ଏହାର ଉଦଘାଟନ ଉତ୍ସବ ରେ ଯୁବ କଂଗ୍ରେସ ନେତା ଘନ କୁମାର ଶବର ଙ୍କ ସହ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାଏକ,ବିଜେପି ଏସସି ମୋର୍ଚା ଜିଲ୍ଲା ସଭାପତି ଶମ୍ଭୁ ଦିଗାଲ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୃପାସିନ୍ଧୁ ବିଶୋଇ, ବରିଷ୍ଠ ଶିକ୍ଷକ କାମେଶ୍ୱର କହଁର ଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ I 

ସୁବ୍ରତ କୁମାର ମହାନ୍ତି (ଫିରିଙ୍ଗିଆ )

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User